ପ୍ରତିଭା ମହାରଣା ଙ୍କୁ+୨ପଢ଼ିବା ନିମନ୍ତେ ବହି ଓ କଲେଜ ଡ୍ରେସ ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି କଳିଙ୍ଗ ପୁତ୍ର ସ୍ଲମ, ଗୌତମ ନଗର, ଭୁବନେଶ୍ୱର ଠାରେ ରହୁଥିବା ଏବଂ ଏକାମ୍ର କଲେଜର +୨ ପ୍ରଥମ ବର୍ଷ ଗରିବ ମେଧାବୀ ଛାତ୍ରୀ ପ୍ରତିଭା ମହାରଣାଙ୍କ ପଢ଼ିବା ନିମନ୍ତେ ବହି, ଖାତା ଓ ପିନ୍ଧିବା ପାଇଁ କଲେଜ ଡ୍ରେସ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଛି ।

 

ଝିଅଟିର ଟିୟୁସନ ଫିସ ମଧ୍ୟ ଦେବାକୁ ଟ୍ରଷ୍ଟ ପକ୍ଷରୁ ସ୍ଥିର କରାଯାଇଛି, ଆଗାମୀ ଦିନରେ ଟ୍ରଷ୍ଟ ଏପରି ଅନେକ କାର୍ଯ୍ୟ କରିବା ନିମନ୍ତେ ଚେଷ୍ଟା କରାଯିବାକୁ ସ୍ଥିର କରିଛି ।

ଟ୍ରଷ୍ଟ ପକ୍ଷରୁ ସର୍ବଦା ଝିଅ ପିଲାଙ୍କୁ ଉସ୍ତାହିତ କରିବା ନିମନ୍ତେ ଝିଅ ବଞ୍ଚ।ନ୍ତୁ  ଓ ଝିଅ ପଢାନ୍ତୃ ଉପରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଯାଇଥାଏ।

 

ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଉପଦେଷ୍ଟା ଆଡଭୋକେଟ ପ୍ରଦୀପ ସାମନ୍ତରାୟ,ଚେୟାରମ୍ୟାନ ନାରାୟଣ ମହାପାତ୍ର,ସମ୍ପାଦକ ମନୋଜ କୁମାର ରାଉଳ ଝିଅଟିର ମା ମାନି ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ ।

 

powered by social2s