ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବଙ୍ଗୋପସାଗରରେ ଦୁର୍ବଳ ହେଲା ବାତ୍ୟା ଜୱାଦ । ଆଜି ଅବପାତର ରୂପ ନେବ ବାତ୍ୟା । ମଧ୍ୟାହ୍ନରେ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ ଜୱାଦ । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା ।ଆଜି ସକାଳ ସୁଦ୍ଧା ଗୋପାଳପୁର ରେ ୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।ସେହିପରି ପାରାଦୀପ ରେ ୪୬.୩ ମିଲି ମିଟର, ପୁରୀରେ ୨୧ ମିଲି ମିଟର ,ଚାନ୍ଦବାଲିରେ ୨୮ ଓ ବାଲେଶ୍ଵର ରେ ୨୪ ମିଲି ମିଟର ବର୍ଷା ହୋଇଛି ।ଭୁବନେଶ୍ୱର ରେ ୨୪.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।କଟକ ଓ ଭୁବନେଶ୍ୱରରେ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିପରେ ଓ ଯାତାୟାତ ବାଧାପ୍ରାପ୍ତ ହୋଇପାରେ ।

powered by social2s