ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ନେଇ ଓଡ଼ିଶାର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ଖୁବଶୀଘ୍ର ରିପୋର୍ଟ ଦେବା ପାଇଁ ନିର୍ଦ୍ଧେଶ ଦିଆଯାଇଛି ବୋଲି କହିଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରିଲିଫ କୋଡ୍ ଅନୁସାରେ ଚାଷୀଙ୍କୁ ମିଳିବ ସହାୟତା। ରାଜ୍ୟରେ ଆଜିଠୁ ବଦଳିବ ପାଗ ।କାଲିଠୁ ଶୁଖିଲା ରହିବ ।ଉପକୂଳ ଓଡ଼ିଶାର କିଛି ଜିଲ୍ଲା ରେ ପାଗ ମେଘୁଆ ରହିବ ।ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।ଆଜିଠୁ ୩ ରୁ ୪ ଡିଗ୍ରୀ ଯାଏ ତଳକୁ ଖସିବ ରାତିର ତାପମାତ୍ରା ।ସର ରାଜ୍ୟରେ ସ୍ଵାଭାବିକ ଭାବେ ଶୀତ ଅନୁଭୂତ ହେବ ।
powered by social2s

