ଭୁବନେଶ୍ୱର: ନଭେମ୍ବର ୨୪ ପରେ ଓମିକ୍ରନ ଆକ୍ରାନ୍ତ ଦେଶରୁ ଓଡ଼ିଶାକୁ ୮୦୦ ରୁ ଅଧିକ ଲୋକ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଏ ଓମିକ୍ରନ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ସମସ୍ତଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ଆସିଛି । ପୂର୍ବରୁ ଆସିଥିବା ୧୪୧ ନମୁନାର ଜିନମ ସିକ୍ୱେସିଂ ହୋଇଥିଲା । ୧୪୧ରୁ କୌଣସି ନମୁନା ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା । ଓମିକ୍ରନ ଆକ୍ରାନ୍ତ ରାଷ୍ଟରୁ ଫେରିଥିବା ୮୦୦ରୁ ଅଧିକ ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କୁ ଠାବ କରାଯାଇପାରୁନାହିଁ । ଏଆର ସୁବିଧା ପୋର୍ଟାଲରେ ଭୁଲ ଠିକଣା ଓ ଯୋଗାଯୋଗ ନମ୍ବର ଦେଇଥିବାରୁ ସେମାନଙ୍କୁ ଠାବ କରିପାରୁନାହିଁ ସ୍ୱାସ୍ଥ୍ୟ ବିଭାଗ । କୋଭିଡ୍ ଲକ୍ଷଣ ଥିଲେ ପରୀକ୍ଷା କରାଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ଓମିକ୍ରନ୍ ନେଇ ଆଲୋଚନା ଚାଲିଛି, ଭୟଭୀତ ହେବାର କୌଣସି କାରଣ ନାହିଁ । କିଏ କେଉଁଠୁ ଆସୁଛି ତଥ୍ୟ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି । ପୂରା ରାଜ୍ୟ ଉପରେ ନଜର ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ସେମାନଙ୍କୁ ଖୋଜିବାକୁ ଯଥାସାଧ୍ୟ ଚେଷ୍ଟା ଚାଲିଥିବାରୁ ଭୟଭୀତ କରିବାର କିଛି ନାହିଁ ବୋଲି ଅଭୟବାଣୀ ଶୁଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ହେଲେ ଏହାକୁ ମାନିପାରୁ ନାହାନ୍ତି ରାଜ୍ୟବାସୀ। ବେଳ ଥାଉ ଥାଉ ସାବଧାନତା ଅବଲମ୍ବନ ନ କଲେ ପୁଣି ଥରେ ପୂର୍ବ ପରି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା ଦେଖାଦେଲାଣି।
ନଭେମ୍ବର ୨୪ ପରେ ରିସ୍କ ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ ପଜିଟିଭ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

