ଭୁବନେଶ୍ୱର: ତାମିଲନାଡୁ କୁନୁର୍ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ ଯବାନ । ସହୀଦ ଯବାନ ଜଣକ ହେଲେ ଜୁନିଅର ୱାରେଣ୍ଟ ଅଫିସର୍ ରାଣା ପ୍ରତାପ ଦାସ । ତାଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେର ର କୁଣ୍ଡାଳ ପଞ୍ଚାୟତର କୃଷ୍ଣଚନ୍ଦ୍ର ପୁର ଗାଁରେ । ଗତ ୧୨ ବର୍ଷ ଧରି ଏୟାର ଫୋର୍ସରେ ଜୁନିଅର ଅଫିସର୍ ଭାବେ କାର୍ଯ୍ୟ କରୁଥିଲେ ରାଣା ପ୍ରତାପ ଦାସ । ଗତକାଲି ହେଲିକପ୍ଟର ଦୁର୍ଘଟଣାରେ CDS ବିପିନ ରୱାତ୍ ଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି।
powered by social2s

