ଓଡ଼ିଶା ବିଧାନସଭା ସଚିବ ଓ ତାଙ୍କ ଡ୍ରାଇଭର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସଚିବ କରୋନା ପଜିଟିଭ୍ ଚିହ୍ନଟ । ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହାସହ ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ପୂର୍ବରୁ ଦାଶରଥୀ ଶତପଥୀଙ୍କ ବ୍ୟକ୍ତିଗତ ସଚିବ କରୋନା ସଂକ୍ରମିତ ହୋଇଥିଲେ । ସୂଚନାନୁଯାୟୀ, ବିଧାନସଭା ସଚିବ ଦାଶରଥୀ ଶତପଥୀ ଥଣ୍ଡାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କର ଆରଟିପିସିଆର୍‌ ଟେଷ୍ଟ କରାଯାଇଥିଲା । ତାଙ୍କର ରିପୋର୍ଟ ବାହାରିଥିଲା କୋଭିଡ୍ ପଜିଟିଭ୍‌ । ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ହୋଇଥିଲା ।

powered by social2s