ପୋଲିସ ଗାଡ଼ିରେ ନିଆଁ ଲଗାଇଦେଲେ କଂଗ୍ରେସ କର୍ମୀ: ଭୁବନେଶ୍ୱର ଡିସିପି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୋଲିସ ଗାଡ଼ିରେ ନିଆଁ ଲଗାଇଦେଲେ କଂଗ୍ରେସ କର୍ମୀ: ଭୁବନେଶ୍ୱର ଡିସିପି ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାକୁ ନେଇ ଓଡ଼ିଶା ବିଧାନସଭା ଘେରାଉ କରିବାକୁ ଯାଉଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲା। କଂଗ୍ରେସ ଭବନରେ ପଶି କର୍ମୀଙ୍କୁ ପିଟିଥିବା ଅଭିଯୋଗ କରି ମାଷ୍ଟର କ୍ୟାଂଟିନ ଛକରେ ଦଲୀୟ କର୍ମୀ ମାନେ ଧାରଣା ଦେଇଥିଲେ। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ ବିଧାନସଭାର ସୁରକ୍ଷା ଆମର କର୍ତ୍ତବ୍ୟ। ପୋଲିସ ଗାଡ଼ିରେ କର୍ମୀମାନେ ନିଆଁ ଲଗାଇଦେଲେ। ନିଆଁରେ ଗାଡ଼ିର ଦୁଇଟି ଚକ ପୋଡ଼ିଯାଇଛି। ଦମକଳ ବାହିନୀ ତୁରନ୍ତ ନିଆଁକୁ ଆୟତ ନକରିଥିଲେ ବଡ଼ ଦୁର୍ଘଟଣା ଘଟିଥାନ୍ତା। ୫୦୦ ରୁ ୧୦୦୦ ଯୁବକ ପୋଲିସ ଉପରକୁ ଅଣ୍ଡା, ଟମାଟୋ ଓ ବାଡ଼ି ମାଡ଼ କରିଥିଲେ ବୋଲି ସୂଚନା ଦେଇଛନ୍ତି ଡିସିପି।

powered by social2s