ଭୁବନେଶ୍ୱର: ଆଜି ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରତିରକ୍ଷା ମୁଖ୍ୟ ଶ୍ରୀ ବିପିନ ରାୱତ ଓ ଅନ୍ୟ ମାନଙ୍କୁ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ , ଶ୍ରୀମତି ସଂଚିତା ମହାନ୍ତି ଙ୍କ ଉପସ୍ଥିତିରେରେ ବ୍ୟାସକବି ଫକୀର ମୋହନ ସେନାପତି ଭବନ, ନୟାପଲ୍ଲୀ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଭାରତୀୟ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ତଥା ଅନ୍ୟ ୧୨ ଜଣ ସୈନିକକ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସେମାନଙ୍କର ଦେଶ ନିମନ୍ତେ ସମର୍ପିତ ଆତ୍ମାକୁ ସମ୍ମାନ ଜଣାଇ ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଥିଲେ।
ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମହାପାତ୍ର, ନାରାୟଣ ମହାପାତ୍ର, ଅଖିଳ କୁମାର ସାହୁ, ଗୌରାଙ୍ଗ ନାୟକ, ଲଳିତ ମୋହନ ପଣ୍ଡା, ମୀରା ପଣ୍ଡା, ସୁମିତା ତ୍ରିପାଠୀ, କପିଳେନ୍ଦ୍ର ଦାସ, ବରଦା ପ୍ରସନ୍ନ ଦାସ, ବିଶ୍ବରଂଜନ ସେନାପତି, ଦିପ୍ତିରଞ୍ଜନ ସେନାପତି, ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରତିରକ୍ଷା ମୁଖ୍ୟ ଶ୍ରୀ ବିପିନ ରାୱତ ଙ୍କୁ ଶ୍ରଦ୍ଧାଞ୍ଜଳି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

