ଗାଁ ଠୁ ରାଜଧାନୀ: ବିଧାୟକ ମାନଙ୍କୁ ଦିଆଗଲା ପିଲାମାନଙ୍କ ଶିକ୍ଷା କାହାଣୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 

 

ଭୁବନେଶ୍ୱର: ବିଦ୍ୟାଳୟ ବନ୍ଦ ଥିବା ବେଳେ ବିଦ୍ୟାଳୟ ବନ୍ଦ ସମୟରେ ପିଲାମାନେ  କ’ଣ କରୁଥିଲେ, ସ୍କୁଲ ବନ୍ଦ ସମୟରେ କଣ ସେମାନଙ୍କୁ ଅଧିକ ପ୍ରଭାବିତ କରିଥିଲା, ବିଦ୍ୟାଳୟ ଖୋଲିବା  ପରେ ସେମାନଙ୍କ ପାଇଁ କଣ ସୁବିଧା କରାଯିବା ଆବଶ୍ୟକ, ସେଇ ତଥ୍ୟ ସମୂହକୁ ବିଧାୟକ/ବିଧାୟିକା ମାନଙ୍କୁ ଭୁବନେଶ୍ବରରେ ଭେଟି ପିଲାମାନଙ୍କ ଭାବନା ଉପସ୍ଥାପନ କରିଥିଲେ  

ଓଡ଼ିଶାର ଶ୍ରମଜୀବୀ  ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶା ନେତୃତ୍ୱରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ମୟୂରଭଞ୍ଜ, ଦେଓଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କନ୍ଧମାଳ  ବଲାଙ୍ଗିର ନୂଆପଡା , କଳାହାଣ୍ଡି, ଗଜପତି, ବୌଦ୍ଧ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରର ବସ୍ତି ଅଞ୍ଚଳରୁ ପ୍ରତିନିଧି ମାନେ ଏହି ଅଭିଯାନରେ ଭାଗ ନେଇଥିଲେ |

ସେମାନେ ବିଭିନ୍ନ ରାଜନୈତିକ ଦଳର ମାନ୍ୟବର ବିଧାୟକ ଯଥା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ପ୍ରକାଶ ସୋରେନ, ସାନ୍ତୋଶ ସିଂ ସାଲୁଜା, ପ୍ରୀତମ ପାଢି , କୁସୁମ ଟେଟେ, ଅଧିରାଜ ପାଣିଗ୍ରାହୀ, ଭବାନୀ ଶଙ୍କର ଭୋଇ, ନାଉରି ନାଏକ ପ୍ରମୁଖ ନେତାଙ୍କୁ ଭେଟି ଦୀର୍ଘ 25 ଦିନ ଧରି ଚାଲିଥିବା ଶିକ୍ଷା ଅଭିଯାନ ଗୁଞ୍ଜରନ୍-ଷ୍ଟୋରୀ ସମୟରେ 1 ଲକ୍ଷରୁ ଅଧିକ ପିଲାଙ୍କଠାରୁ ସଂଗୃହିତ ପ୍ରମାଣ ଦାଖଲ କରିଥିଲେ ଏବଂ ସମସ୍ତ ପିଲାମାନେ କେମିତି ବିଦ୍ୟାଳୟକୁ ଯିବେ ଏବଂ ଏକ ସହାୟକ ଶିକ୍ଷଣ ପରିବେଶରେ ପଢିବେ, ସେଥିପାଇଁ ସେମାନଙ୍କର ପ୍ରତିଶୁତି କୁ ନବୀକରଣ କରିବାକୁ ଅନୁରୋଧ କରାଯାଇଛି ।

ଏହି ଅଭିଯାନ ସମୟରେ ଏହି ଯାତ୍ରୀମାନେ 4000 ରୁ ଉର୍ଦ୍ଧ୍ଵ କିଲୋମିଟର ଅତିକ୍ରମ କରି ରାଜ୍ୟର 25 ଟି ଜିଲ୍ଲାରୁ ଆସିଥିବା 3 କିଲୋମିଟର ଲମ୍ବ ସୂତା କପଡା କୁ ବିଧାୟକ ମାନଙ୍କୁ ପ୍ରଦାନ କରାଯାଇଥିଲା ।

ପରେ, ମାଷ୍ଟର କ୍ୟାଣ୍ଟିନ ସ୍କୋୟାରରେ ଏହି କପଡା ପ୍ରଦର୍ଶନ କରି ପିଲାମାନଙ୍କ ପାଇଁ ଶିକ୍ଷାକୁ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ସମେତ ଅନ୍ଯାନ୍ଯ ବ୍ୟକ୍ତିବିଶେଷ ଏବଂ ସଂଗଠନ ମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ସୂଚନାଯୋଗ୍ୟ, ପିଲାମାନେ ସେମାନଙ୍କର କଳା, ଚିତ୍ରାଙ୍କନ ଏବଂ ପ୍ରତୀକାତ୍ମକ ପ୍ରତିକ୍ରିୟା ମାଧ୍ୟମରେ ଯାହା ପ୍ରକାଶ କରିଛନ୍ତି, ତାହା ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ। 

 

 

powered by social2s