ଭୁବନେଶ୍ୱର: ବାତ୍ୟା ଜୱାଦ ଜନିତ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟ ଙ୍କ ନେତୃତ୍ଵରେ ୬ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି । ଆଜିଠୁ ୩ ଟି ଟିମ୍ କଟକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଯାଜପୁର ଓ କେନ୍ଦ୍ରାପଡା ଗ୍ରସ୍ତ କରିବେ । କେନ୍ଦ୍ରୀୟ ଟିମ ର ଗସ୍ତକୁ ନେଇ ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଲଗାଣ ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଧାନ ଚାଉଳ ଓ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଛି ।କେନ୍ଦ୍ରୀୟ ଟିମକୁ ପ୍ରଭାବିତ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ନେଇ ଅବଗତ କରାଯାଇଛି ।କ୍ଷୟକ୍ଷତି ଆକଳନ କରାଯାଇ ରିପୋର୍ଟ କରାଯିବ । ବିଲରେ ପାଣି ଥିବାରୁ ଆକଳନ କରିବାରେ ବିଳମ୍ବିତ ହେଉଛି ବୋଲି ସେ ସୂଚନା ଦେଇଛନ୍ତି ।
powered by social2s

