ବ୍ରହ୍ମପୁର: ମା ତାରାତାରିଣୀ ଆମ ସମସ୍ତଙ୍କର ଆଶା ଓ ବିଶ୍ୱାସ ର ପ୍ରତୀକ, ତାରାତାରିଣୀ ପୀଠର ବିକାଶ ପ୍ରକଳ୍ପ କାମ ଜାନୁଆରୀ ୨୦୨୩ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗଞ୍ଜାମ ଜିଲ୍ଲା ପୂରୁଷୋତ୍ତମପୁରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ୨୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ୫୦୦ କୋଟିର ଋଣ ନେଇଛନ୍ତି, ମିଶନ ଶକ୍ତି ର ମା ମାନେ ରାଜ୍ୟର ବିକାଶରେ ସହାୟକ ହୋଇଛନ୍ତି।
ଏହି ଅବସରରେ ଜିଲ୍ଲାବାସୀଙ୍କୁ ୨୨୮୧ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ନବୀନ ।
powered by social2s

