ଭୁବନେଶ୍ୱର: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ତରଫରୁ ବର୍ଷିୟାନ୍ କବି ପଦ୍ମ ବିଭୁଷଣ ଡ. ରମାକାନ୍ତ ରଥଙ୍କ ୮୭ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଆଭାସୀ କବିତା ଆସରର ଆୟୋଜନ କରା ଯାଇଥିଲା । ସର୍ବ ପ୍ରଥମେ ନିଶିଗନ୍ଧାର ପ୍ରତିଷ୍ଠାତା ଶ୍ରୀ ବଳରାମ ତରାଇ ସମସ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ନୀରିକ୍ଷକ କବିସୌରଭ କୈଳାଶଚନ୍ଦ୍ର ବେହେରା ପ୍ରଣବ ମନ୍ତ୍ର ଉଚ୍ଚାରଣ ସହ ଶାନ୍ତି ପାଠ କରିଥିଲେ । ଶିକ୍ଷକ ତଥା ଗାୟକ ଶ୍ରୀ ଗଗନ କୁମାର ସ୍ବାଇଁ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ । ଅଧ୍ୟାପକ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ଓ ପଥ ପ୍ରଦର୍ଶକ ଶ୍ରୀ ପଦ୍ମନାଭ ତ୍ରିପାଠୀ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଡ. ରମାକାନ୍ତ ରଥ ନିଜ ମନର କଥା ଉପସ୍ଥାପନ କରି ସମସ୍ତଙ୍କୁ ଉଦ୍ ବୋଧିତ କରିଥିଲେ । କବିତା ପାଠୋତ୍ସବରେ ଡ. ରମାକାନ୍ତ ନାୟକ, ଶ୍ରୀମତୀ ବିଜୟଶ୍ରୀ ନାଥ,ଦିପ୍ରିମୟୀ ସାହୁ, ନବନିତା ମହାପାତ୍ର , ଅଭିନବ ପଟ୍ଟନାୟକ , ଯୁଧିଷ୍ଠିର ମୁଦୁଲି, କବିସୌରଭ କୈଳାଶଚନ୍ଦ୍ର ବେହେରା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଶ୍ରୀ ବଳରାମ ତରାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବର୍ଷିୟାନ କବି ପଦ୍ମ ବିଭୂଷଣ ଡ. ରମାକାନ୍ତ ରଥଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଆଭାସି କବିତା ଆସର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

