ଭୁବନେଶ୍ୱର: ଶକ୍ତି ସଂରକ୍ଷଣ ଦିବସ ପାଳନ କରିବା ଅବସରରେ ଶହୀଦନଗର ସରକାରୀ ହାଇସ୍କୁଲ ରେ ଅଷ୍ଟମ ଓ ନବମ ପିଲାଙ୍କ ଉପସ୍ଥିତି ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଈ ରମେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି ସଂରକ୍ଷଣ ନିମନ୍ତେ କିପରି ଭାବରେ କାର୍ଯ୍ୟ କରାଯାଇ ପାରିବ, ପିଲାମାନଙ୍କୁ ଉଦାହରଣ ସହ ବୁଝାଇଥିଲେ। ଏହାକୁ ଦକ୍ଷତା ହାସଲ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ। ମୋ ସ୍କୁଲ ସଭାପତି ନାରାୟଣ ମହାପାତ୍ର ପିଲାମାନଙ୍କୁ ତ୍ୟାଗ କରିବାକୁ ଉପଦେଶ ଦେଇଥିଲେ। ଆମେ ଆମ ଭବିଷ୍ୟତ ଓ ଆମ ସମାଜ ପାଇଁ ଶକ୍ତି ସଂରକ୍ଷଣ କରିବା ନିତ୍ୟାନ୍ତ ଦରକାର, ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ଶତପଥୀ କିପରି ଶକ୍ତି ସଂରକ୍ଷଣ ହୋଇ ପାରିବ, ଯଥା କେହି ନାହାନ୍ତି ଫ୍ୟାନ ଟା ବୁଲୁଛି, ଲାଇଟ ଜଳୁଛି ତାକୁ ବନ୍ଦ କରିବା ଦରକାର, ଅଯଥା ଶକ୍ତି ନଷ୍ଟ ନ କରି ସଂରକ୍ଷଣ କରିବାକୁ ଉପଦେଶ ଦେଇଥିଲେ। ଶ୍ରୀମତି ମନିଷା ସ୍ୱାଇଁ, ଶ୍ରୀମତି ଅନନ୍ଦା ପତି, ଶ୍ରୀମତି ଶକୁନ୍ତଳା ଶତପଥୀ, ଝରାଶ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
ଶକ୍ତି ସଂରକ୍ଷଣ ବିଷୟରେ ଭୁବନେଶ୍ୱର ଶହୀଦନଗର ସରକାରୀ ହାଇସ୍କୁଲରେ ଆଲୋଚନାଚକ୍ର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

