ଭୁବନେଶ୍ୱର: ଗୋଲଡେନ କେଆର କ୍ଲବ ବାଙ୍ଗାଲୋର ପକ୍ଷରୁ ଡ. ନାରାୟଣ ମହାପାତ୍ର, ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଙ୍କୁ ସମାଜ ସେବା ନିମିତ୍ତ ବେଷ୍ଟ ହ୍ୟୁମାନିଟି ସମ୍ମାନରେ ସମ୍ମାନିତ କରାଯାଇଛି। ମହାମାରୀ ପୃଷ୍ଠଭୂମିରେ ବରିଷ୍ଠ ନାଗରିକ ଓ ଅନ୍ୟ ଜନସାଧାରଣଙ୍କ ଦୁଃଖରେ ସାଙ୍ଗରେ ଛିଡା ହୋଇ ସାହାସ ଦେଇଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି, କରୋନା ମହାମାରୀ ସମୟରେ ଆକ୍ରାନ୍ତ ପରିବାର ମାନଙ୍କୁ ନିଜ ସାଥୀ ମାନଙ୍କ ସହଯୋଗରେ ଦୀର୍ଘ ଦିନ ଧରି ରନ୍ଧା ଖାଦ୍ୟ ଯୋଗାଇ ସେମାନଙ୍କ ମନୋବଳ ଦୃଢ଼ କରିଥିଲେ। ବହୁ ପରିବାରର ପରିବା ଓ ଔଷଧ ଦରକାର ତାକୁ ମଧ୍ୟ ଯୋଗାଇ ଦେବା ସଙ୍ଗେ ସଙ୍ଗେ ବହୁ କରୋନା ରୋଗୀଙ୍କୁ ହସପିଟାଲରେ ଭର୍ତ୍ତି କରିବାରେ ସହଯୋଗ କରିଥିଲେ। ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ସମାଜରେ ଶାନ୍ତି ଓ ଆନନ୍ଦ ବାଣ୍ଟିଥିବା ନିମନ୍ତେ ଡ.ମହାପାତ୍ରଙ୍କୁ ସମ୍ମାନିତ କରିଛନ୍ତି। ଆମେ ଏହି କାର୍ଯ୍ୟ ନିମନ୍ତେ ବହୁ ବଦାନ୍ୟ ବ୍ୟକ୍ତି ଓ ଆମର ସାଥୀ ମାନେ ସାହାଯ୍ୟ କରିଥିବା ହେତୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ସର୍ବଦା ମଙ୍ଗଳ ପାଇଁ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ପାଖରେ କାମନା କରୁଛୁ ବୋଲି ସେ କହିଛନ୍ତି ।
ଗୋଲଡେନ କେଆର କ୍ଲବ ବାଙ୍ଗାଲୋର ପକ୍ଷରୁ ଡ. ନାରାୟଣ ମହାପାତ୍ର ଙ୍କୁ ବେଷ୍ଟ ହ୍ୟୁମାନିଟି ସମ୍ମାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

