ସତସଙ୍ଗର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦାଙ୍କର ମହାପ୍ରୟାଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଦୁର୍ଗାପୁର/ଭୁବନେଶ୍ୱର: କୋଟି ହୃଦୟର ଆରାଧ୍ୟ ସତସଙ୍ଗର ଆଚର୍ଯ୍ୟଦେଵ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦାଙ୍କର ମହାପ୍ରୟାଣ ହୋଇଛି। ଆଜି ସକାଳ ୯.୪୦ ମିନିଟ ରେ ପଶ୍ଚିମବଙ୍ଗ ର ଦୁର୍ଗାପୁର ସ୍ଥିତ ମିସନ ହସ୍ପିଟାଲରେ ୮୯ ବର୍ଷ ବୟସରେ ଶ୍ରୀଶ୍ରୀଦାଦା ଇହଲୀଳା ସମ୍ବରଣ କରିଛନ୍ତି।ଗୁରୁବାର ଡାକ୍ତରଖାନା ପକ୍ଷରୁ ଶ୍ରୀଶ୍ରୀଦାଦାଙ୍କର ବିୟୋଗ ସଂକ୍ରାନ୍ତ ରେ ସୂଚନା ଦିଆଯାଇଛି।ଗତ କିଛିଦିନ ଧରି ସେ ଅସୁସ୍ଥତା ହେତୁ ମିସନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ଭାରତ ଓ ବହିଭାରତରେ ଥିବା କୋଟି କୋଟି ସତସଙ୍ଗୀ ଅଭିଭାବକ ହିନ ହୋଇପଡିବା ସହ ଦେଶର ଆଧ୍ୟାତ୍ମିକ ପରିସରରେ ଏକ ଅପୁରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବୈଦିକ ବିଧିମତେ ଆଚର୍ଯ୍ୟଦେଵଙ୍କର ଶେଷକୃତ୍ୟ ଦକ୍ଷିଣ ଦୁର୍ଗାପୁର ସ୍ଥିତ ସତସଙ୍ଗ ବିହାର ପରିସରରେ ସଂପନ୍ନ ହେବ ବୋଲି ସୂଚନା ରହିଛି।

powered by social2s