କମିଶନରେଟ ପୋଲିସ ପକ୍ଷରୁ ବସ୍ତିରେ ଝୋଟି ଚିତା ପ୍ରତିଯୋଗିତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର: କମିଶନର ପୋଲିସ, ଓଡ଼ିଶା ଲଳିତ କଲା ଏକାଡେମୀ ଓ ଫିକି ଫ୍ଲୋ ପକ୍ଷରୁ ଭୁବନେଶ୍ୱରର ବାୟା ବାବା ମଠ ବସ୍ତିରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମହିଳା ମାନଙ୍କ ମଧ୍ୟରେ ଝୋଟି ଚିତା ପ୍ରତିଯୋଗିତା ସହ କାନଭାସ ରେ ଚିତ୍ର ଆଙ୍କିଲେ ଶିଶୁ ମାନେ।

 

କାର୍ଯ୍ୟକ୍ରମରେ ଯୋଗ ଦେଇ ପୋଲିସ କମିଶନର ସୌମେନ୍ଦ ପ୍ରିୟଦର୍ଶୀ କହିଲେ ଯେ ବସ୍ତିର ପ୍ରତିଭାକୁ ଲୋକ ଲୋଚନକୁ ଆଣିବାକୁ ଏହା ଏକ ପ୍ରୟାସ। ପ୍ରଥମ ପର୍ଯ୍ୟାୟରେ ୩୦ ଟି ବସ୍ତି ଚିହ୍ନଟ କରାଯାଇଛି। ପ୍ରତିଭା ଖୋଜିବା ସହ ଅପରାଧୀ ଚିହ୍ନଟ ହେଉଛନ୍ତି ବୋଲି କମିଶନର ସୂଚନା ଦେଇଛନ୍ତି।

 

ବିଜେତାଙ୍କ ଚିତ୍ର ଲଳିତ କଳା ଏକାଡେମୀର ଗ୍ୟାଲେରୀରେ ସ୍ଥାନ ପାଇବ ବୋଲି କହିଲେ ଏକାଡେମୀ ର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

powered by social2s