ଖଲ୍ଲିକୋଟ,୨୭/୧୧:ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଇରାଶି ପଞ୍ଚାୟତରେ “ମୋ ଗାଁ ରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଖଲ୍ଲିକୋଟ ତହସିଲଦାର ରାଜ କିଶୋର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଜ୍ୟୋତିମୟ ଦାସ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କ ସହ ସବିଶେଷ ଆଲୋଚନା କରିଥିଲେ ।
”ମୋ ଗାଁ ରେ ତହସିଲ” ମାଧ୍ୟମରେ ଲୋକଙ୍କ ଘର ପଟା, ମ୍ୟୁଟେସନ, ରେଜିଷ୍ଟ୍ରସନ, ଜାତିଗତ ପ୍ରମାଣ ପତ୍ର, ଦାଖଲ, କିସମ ପରିବର୍ତନ, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଋଣ ପତିଶୋଧ ସମ୍ବଧୀୟ ସେବା ଯୋଗାଇ ଦିଆଯାଇଛି । ଆଗକୁ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ଯୋଗ ଦେଇ ସାଧାରଣ ଜନତା ଙ୍କୁ ଏହାର ସୁବିଧା ନେବା ପାଇଁ ଅବଗତ କରାଇ ଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଖୋଜାପଲ୍ଲୀ ରାଜସ୍ବ ନିରୀକ୍ଷକ ବିନୟ କୁମାର ଶବର, ପଞ୍ଚାୟତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
powered by social2s

