Covid କଟକଣା ଭିତରେ କାର୍ତିକ ପୂର୍ଣ୍ଣମୀ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର (୩ଠ/୧୧/୨ଠ୨ଠ): କାର୍ତ୍ତିକ ପୂର୍ଣ୍ଣିମା ସୋମବାର COVID-19 କଟକଣା ଭିତରେ ଓଡିଶାରେ ପାଳନ କରାଯାଇଥିଲା।

COVID-19 ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନଦୀ ଘାଟ ତଥା ଅନ୍ୟାନ୍ୟ ଜଳସ୍ରୋତ ନିକଟରେ ସ୍ନାନ କରିବା ଏବଂ କ୍ଷୁଦ୍ର ଡଙ୍ଗା ଚଲାଇବାକୁ ବାରଣ କରିଛନ୍ତି।

ପ୍ରତିବନ୍ଧକ ସତ୍ୱେ କିଛି ଭକ୍ତ ଆଜି ଭୁବନେଶ୍ୱର ଉପକୂଳରେ କୁଆଖାଇ ନଦୀ କୂଳରେ ଛୋଟ ଡଙ୍ଗା ଭାସlଉଥିବା ର  ଦେଖିବାକୁ ମିଳିଥିଲା।

ରାଜ୍ୟ ର ରାଜଧାନୀର ବିନ୍ଦୁ ସାଗର ହ୍ରଦ ନିକଟରେ ଭିଡ଼ ଜମାଇଥିବା ଲୋକଙ୍କୁ ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀମାନେ କ୍ଷୁଦ୍ର ଡଙ୍ଗା ଚଳାଚଳରୁ ବାରଣ କରିଥିଲେ।

ବୋଇତ ବନ୍ଦାଣ (ଭାସମାନ କ୍ଷୁଦ୍ର ଡଙ୍ଗା) ରାଜ୍ୟର ବ୍ୟବସାୟିକ ପ୍ରତୀକ ଅଟେ |

ପୁରୀରେ ଭଗବାନ ଜଗନ୍ନାଥ ଏବଂ ତାଙ୍କ ଭାଇ ଓ ଭଉଣୀ ମାନେ କାର୍ତ୍ତିକ ପୂର୍ଣିମା ର ଶୁଭ ଅବସରରେ 'ରାଜରାଜେସ୍ଵରୀ ବେଶ' ରେ ସଜିତ ହୁଅନ୍ତି l

powered by social2s