ଡିସେମ୍ବର 15 ପର୍ଯ୍ୟନ୍ତ ଓଡ଼ିଶାରେ ହେବ ଭୋଟର ତାଲିକା ସଂଶୋଧନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର (04/12/2020): ଡିସେମ୍ବର 15 ପର୍ଯ୍ୟନ୍ତ ଫର୍ମ 8,6 ଏବଂ 7 ମାଧ୍ୟମରେ ଭୋଟର ତାଲିକାରୁ ସଂଶୋଧନ, ନୂତନ ନାମଲେଖା ଏବଂ ବିଲୋପ ଯଥାକ୍ରମେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କରାଯାଇପାରିବ ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏସ.କେ ଲୋହାନି ସୂଚନା ଦେଇଛନ୍ତି।

ଲୋହାନି କହିଛନ୍ତି, “ଡିସେମ୍ବର 15 ରୁ ଜାନୁଆରୀ 5 ମଧ୍ୟରେ ଆବେଦନଗୁଡ଼ିକର ଯାଞ୍ଚ କରାଯିବ। ନୂତନ ଭୋଟର ତାଲିକା ଜାନୁଆରୀ 15 ରେ ପ୍ରକାଶ ପାଇବ।”

ଲୋହାନି ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାର୍ଥୀମାନେ ଆବଶ୍ୟକ ସଂଶୋଧନ ଏବଂ ଭୋଟର ତାଲିକାରୁ ନାମ ବିଲୋପ ପାଇଁ ବୁଥ ସ୍ତରୀୟ କାର୍ଯ୍ୟାଳୟ ପରିଦର୍ଶନ କରିପାରିବେ।

powered by social2s