ଭୁବନେଶ୍ୱର: କୃଷି ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକ ମୋର୍ଚ୍ଚା ଡାକରାକୁ ସମର୍ଥନ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡିଶା ପକ୍ଷରୁ ୧୨ ଡିସେମ୍ବର ପିପିଲି ଟୋଲ ଗେଟ ସମ୍ମୁଖରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର, ଟିୟୁସିଆଇ, କ୍ରାନ୍ତିକାରୀ ମହିଳା ସଂଗଠନ ଓ ବସ୍ତି ସୁରକ୍ଷା ମଞ୍ଚର ପୁରୀ ଓ ଭୁବନେଶ୍ୱରର ପ୍ରମୁଖ କର୍ମୀମାନେ ଯୋଗ ଦେଇଥିଲେ ବୋଲି ମହିଳା ନେତ୍ରୀ ପ୍ରମିଳା ପ୍ରକାଶ କରିଛନ୍ତି। ୧୨ ଡିସେମ୍ବର ଶନିବାର ପୂର୍ବାହ୍ନ ୧୦ ଘଟିକାରୁ ପିପିଲି ଟୋଲ ଗେଟ ସମ୍ମୁଖରେ ଏହି ଗଣ ବିକ୍ଷୋଭ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲୁ ରହିଥିଲା।
powered by social2s

