ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ମାର୍କୋଣା ନିକଟରେ ଜଣେ ସାଇକେଲରେ ଯାଉଥିବା ଯୁବକଙ୍କ ଉପରେ ମାଡିଗଲା ଟ୍ରକ।
ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।
ମୃତକ ହେଲେ ସିମୁଳିଆ ଥାନା ବାଉରିପଦା ଅଞ୍ଚଳର ଦିଗାମ୍ବର ରାଉତ । ମାର୍କୋଣା ସମ୍ବିତଜ୍ୟୋତି ପେଟ୍ରୋଲ ପମ୍ପ୍ ରେ ଚାକିରି କରୁଥିବାରୁ ସବୁଦିନ ପରି ଗତ କାଲି ସନ୍ଧ୍ୟାରେ ମଧ୍ୟ ଡ୍ୟୁଟି ପାଇଁ ସାଇକେଲରେ ନିଜ ଘରୁ ପେଟ୍ରୋଲ ପମ୍ପ୍ କୁ ଯାଉଥିବା ସମୟରେ ଜାତୀୟ ରାଜପଥ ଆସୁଥିବା ଏକ ଦୃତଗାମୀ ଟ୍ରକ ପଛରୁ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଦିଗାମ୍ବରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ସିମୁଳିଆ ପୋଲିସ୍ ଶବ ଜବତ କରି ବ୍ୟବଛେଦ ପାଇଁ ସୋର ଡାକ୍ତରଖାନା କୁ ପଠାଇବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
powered by social2s

