ଓଡ଼ିଶାରୁ ସମ୍ପୂର୍ଣ୍ଣ ଫେରିଗଲା ମୌସୁମୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ଭାରତରୁ ଫେରିଯିବ ମୌସୁମୀ ବାୟୁ। ଅଣ୍ଡାମାନ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟାରେ ଦୁଇଟି ବଳୟ ମିଶିବା ସମ୍ଭାବନା ରହିଛି। ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ ଲଘୁଚାପ। ଅକ୍ଟୋବର ୨୩ ରେ ଏହା ଗଭୀର ଅବପାତର ରୂପ ନେଇପାରେ। ଅକ୍ଟୋବର ୨୪ ରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିପାରେ ବାତ୍ୟା।

powered by social2s