ଭୁବନେଶ୍ୱର: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନିକଟସ୍ତ ରୁପାଲୀ ଛକରେ ଚାରାରୋପଣ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳିଛନ୍ତି ବିଶ୍ୱବିଦ୍ୟାଳୟର ଚିତ୍ରକାର ସୁନାରାମ ସିଂହ।
କେବଳ ସୁନାରାମ ସିଂହ ନୁହନ୍ତି ଆଜି ତାଙ୍କ ସହଧର୍ମିଣୀ ମମତାରାଣୀ ସିଂହଙ୍କର ଜନ୍ମଦିନ ଅବସରରେ ବନ୍ଧୁ ଓ ପରିବେଶ ପ୍ରେମୀ ମାନଙ୍କୁ ନେଇ ରୁପାଲୀ ଛକ ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୂର୍ଯ୍ୟନାରାୟଣ ଦାସ, ଆଇନଜୀବି ନଟବର ମହାନ୍ତି, ମାନବିକ ଅଧିକାର ସଂଘର ସଦସ୍ୟ ମନୋଜ ଜେନା, ପ୍ରଶାନ୍ତ ପ୍ରଧାନ, ଡାକ୍ତର ମନୋରଞ୍ଜନ ପଟନାୟକ, ବିଶ୍ୱଜିତ ମହାନ୍ତି, ବିଦ୍ୟାଭୂଷଣ ନନ୍ଦ, ପ୍ରକୃତିପ୍ରେମୀ ମମତା ବିଶ୍ୱାଳ, ପ୍ରିୟମ୍ବଦା ଦାସ, ଡାକ୍ତର ଅନୁରୂପା ସିଂ, ସଂଗ୍ରାମ ଜେନା, ରୋଟାରିଆନ ଶରତ ପାତ୍ର, ତନ୍ମୟ ଜେନା, ଦିବ୍ୟଦିଗାନ୍ତ ର ସଭାପତି ଜୟପ୍ରକାଶ ମିଶ୍ର, ସାମ୍ବାଦିକ ତଥା ପ୍ରକୃତିପ୍ରେମୀ ପ୍ରମୋଦ ସାମନ୍ତରାୟ ଓ ସତ୍ୟବ୍ରତ ଜେନା ପ୍ରମୁଖ ଯୋଗ ଦେଇ ସମାଜ ଓ ପରିବେଶ ସକାଶେ ବୃକ୍ଷରୋପଣ ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।
ପରେ ଏହି ଅବସରରେ ରାସ୍ତା ସଂନିକଟରେ ଜନ୍ମଦିନ ପାଳନ ମଧ୍ୟ କରାଯାଇଥିଲା।
ରୁପାଲୀ ବଣିକସଂଘ ସଭାପତି ତଥା ସାଇ ମନ୍ଦିର ସମ୍ପାଦକ ଅଶୋକ କୁମାର ନାଏକ ସଂଯୋଜନା କରିଥିଲେ।
ଗଛ ଲଗେଇଲେ, ଜନ୍ମଦିନ ପାଳିଲେ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

