୨ୟ ନ୍ୟାସନାଲ ଜୁଡିସିଆଲ ପେ କମିଶନ ସୁପାରିସକୁ କ୍ୟାବିନେଟ ମଂଜୁରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦ୍ୱିତୀୟ ନ୍ୟାସନାଲ ଜୁଡିସିଆଲ ପେ କମିଶନ ସୁପାରିସକୁ ମିଳିଲା କ୍ୟାବିନେଟ୍ ମଂଜୁରୀ। ସୁପ୍ରିମକୋର୍ଟର ନିର୍ଦ୍ଦେଶ ଆଧାରରେ ୨ୟ ନ୍ୟାସନାଲ ଜୁଡିସିଆଲ ପେ କମିଶନର କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନିଆଯାଇଛି। ପିଛିଲା ଭାବେ ୨୦୧୬ରୁ ଲାଗୁ କରାଯିବ।ଏହି ନିଷ୍ପତ୍ତିରେ ଜିଲ୍ଲା ଜଜ୍ ଓ ନିମ୍ନ ନ୍ୟାୟିକ ଅଧିକାରୀ ଉପକୃତ ହେବେ। ବାର୍ଷିକ ଖର୍ଚ୍ଚ ହେବ ଅତିରିକ୍ତ ୯୩ କୋଟି । ଏହା ସହ ଓଡ଼ିଶାରେ ଆଉ ୧୨୫ଟି OAS ପଦବୀ ସୃଷ୍ଟି କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।କାର୍ଯ୍ୟଭାର ବଢୁଥିବାରୁ ରାଜ୍ୟରେ ୧୨୫ଟି ନୂତନ OAS ପଦବୀ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ପ୍ରତି ଜିଲ୍ଲାପାଳ ଅଫିସରେ ଦୁଇଟି ଲେଖାଏଁ ଓ ପ୍ରତି ଉପଜିଲ୍ଲାପାଳ ଅଫିସରେ ଗୋଟିଏ ଲେଖାଏଁ ଡେପୁଟୀ କଲେକ୍ଟର ପଦବୀ ସୃଷ୍ଟି କରାଯିବ। ନୂତନ ୧୨୫ ପଦବୀ ସୃଷ୍ଟି ହେବା ପରେ ରାଜ୍ୟରେ OAS ପଦବୀ ସଂଖ୍ୟା ୧୩୧୩କୁ ବୃଦ୍ଧି ପାଇବ।

powered by social2s