ଭୁବନେଶ୍ୱର: ଆଜି ଖଣ୍ଡଗ୍ରାସ ସୂର୍ଯ୍ୟପରାଗ। ଆଜି ଅପରାହ୍ଣ ୨ଟା ୨୮ରେ ଆଂଶିକ ସୂର୍ଯ୍ୟପରାଗ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ। ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ ସୂର୍ଯ୍ୟପରାଗ । ଭାରତରେ ଆଂଶିକ ଭାବେ ଦୃଶ୍ୟମାନ ହେବ। ଓଡ଼ିଶାରେ ମାତ୍ର ୨୦ ମିନିଟ ପାଇଁ ଦୃଶ୍ୟମାନ ହେବ ସୂର୍ଯ୍ୟପରାଗ । ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟ୍ ରୁ ୫ଟା ୧୬ ମିନିଟ୍ ଏହାର ଦୃଶ୍ୟ ଦେଖିହେବ। ସୂର୍ଯ୍ୟର ମାତ୍ର ୧୦ରୁ ୧୫% ଅଂଶ ଘୋଡ଼େଇ ହେବ। ଜ୍ୟୋତିର୍ବିଦ୍ଙ୍କ ମତରେ, ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ। ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ, ଆଜି ଭୋର୍ ୪ଟା ୫୬ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି। ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକଣ୍ଡରେ ଗ୍ରହଣ ସ୍ପର୍ଶ ଏବଂ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ସର୍ବମୋକ୍ଷ।
powered by social2s

