ମାଲକାନଗିରି: ମାଓ ନେତା ତଥା ଆନ୍ଧ୍ର-ଓଡିଶା ଜୋନାଲ କମିଟି ସଚିବ କୈଳାସ ମଙ୍ଗଳବାର ଦିନ ଏକ ଅଡିଓ ଟେପ ଜାରି କରି ସୁରକ୍ଷା ବାହିନୀର ଏନକାଉଣ୍ଟରକୁ ବିରୋଧ କରିଛନ୍ତି ଯେଉଁଥିରେ ମାଲକାନଗିରି ଜିଲ୍ଲାରେ ଦୁଇଜଣ ମାଓବାଦୀ କ୍ୟାଡରଙ୍କ ମୃତ୍ୟୁ ଘଟିଛି।
ଅଡିଓ ଟେପ୍ ମାଧ୍ୟମରେ କୈଳାସ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଓଡିଶା ସରକାରଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି।
ରବିବାର ଦିନ ଜଣେ ମହିଳା କ୍ୟାଡରଙ୍କ ସମେତ ଦୁଇଜଣ ମାଓବାଦୀ ଜିଲ୍ଲାର ସ୍ବାଭିମାନ ଆଞ୍ଚଲରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏବଂ ଜିଲ୍ଲା ସ୍ବେଚ୍ଛାସେବୀ ବାହିନୀ କର୍ମଚାରୀଙ୍କ ସହ ଗୁଳି ବିନିମୟ ସମୟରେ ମୃତ୍ୟୁବରଣ କରିଥିଲେ।
powered by social2s

