ଆଠଗଡ଼: ଗୁଜୁରାଟରେ ଝୁଲାପୋଲ ଦୁର୍ଘଟଣା ପରେ କଟକ ଜିଲ୍ଲା ଆଠଗଡ଼ ଧବଳେଶ୍ୱର ଝୁଲା ପୋଲରେ ଲାଗିଲା କଟକଣା। ଧବଳେଶ୍ୱର ଝୁଲାପୋଲର କ୍ଷମତା କମିଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। କୋଲକାତାର ଏକ ଟିମ୍ ପୋଲର ସୁରକ୍ଷା ଯାଞ୍ଚ ପରେ କମିଲା କ୍ଷମତା । ତେଣୁ ଧବଳେଶ୍ୱର ଝୁଲା ପୋଲରେ ଏକାସଙ୍ଗେ ୨୦୦ ଯାତ୍ରୀଙ୍କୁ ଯିବାକୁ ଅନୁମତି। ଦିନକରେ ଝୁଲା ପୋଲରେ ୧୫ରୁ ୨୦ ହଜାର ଲୋକଙ୍କୁ ଯାତାୟାତ ଅନୁମତି। ବଡ଼ ଓଷା କରୁଥିବା ବ୍ୟକ୍ତିଙ୍କ ବିନା ଅନ୍ୟମାନଙ୍କୁ ନ ଆସିବାକୁ ନିବେଦନ କରାଯାଇଛି। ଏ ନେଇ ଆଠଗଡ଼ ଉପଜିଲ୍ଲାପାଳ ଶ୍ରଦ୍ଧାଳୁମାନଙ୍କୁ ସୂଚନା ଦେଇଛନ୍ତି।
powered by social2s

