ପଞ୍ଚକରେ ଭର୍ଚୁଆଲ ମାଧ୍ୟମରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବାବା ଧବଳେଶ୍ବର ଝୁଲାପୋଲ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି। ଆଗକୁ ପଞ୍ଚକ ଓ ବଡ଼ ଓଷା ଥିବାରୁ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ଝୁଲାପୋଲ ନିକଟରେ ଏକ ବଡ଼ ଏଲେଇଡି ଲଗାଯିବ। ଏହା ଦ୍ୱାରା ଭକ୍ତ ମାନେ ବାବା ଧବଳେଶ୍ବରଙ୍କ ଦର୍ଶନ ଘରେ ବସି କରିବେ। ଝୁଲାପୋଲର ସ୍ଥିତି ଭଲ ନଥିବା ଯୋଗୁଁ ଭକ୍ତଙ୍କୁ ଧବଳେଶ୍ବର ପୀଠକୁ ଛଡ଼ାଯିବ ନାହିଁ। ତେଣୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପୀଠରେ ଧାରା ୧୪୪ ଜାରି କରିଛି ଜିଲ୍ଲା ପ୍ରଶାସନ।

powered by social2s