ଆଜି ପବିତ୍ର ଅଁଳା ନବମୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀ ରାଧା ପାଦ ଦର୍ଶନ ପାଇଁ ପୁରୀର ସାକ୍ଷୀଗୋପାଳ ଭକ୍ତମୟ ହୋଇଉଠିଛି । କରୋନା କଟକଣା ହଟିଥିବାରୁ ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କୁ ରାଧା ପାଦ ଦର୍ଶନର ସୁଯୋଗ ମିଳିଛି। ରାତି ପ୍ରାୟ ୩ଟାରୁ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ରାଧା ପାଦ ଦର୍ଶନ କରୁଛନ୍ତି । ପାଦ ଦର୍ଶନର ସୁଯୋଗ ମିଳିଥିଲେ ମଧ୍ଯ ପାଦ ସ୍ପର୍ଶର ଅନୁମତି ମିଳିନି। ଧାର୍ଯ୍ୟ ନୀତି କ୍ରାନ୍ତ ଅନୁଯାୟୀ ସାକ୍ଷୀଗୋପାଳରେ କାଲି ରାତି ୧୧:୩୦ ରେ ମଙ୍ଗଳ ଆଳତୀ, ତା' ପରେ ଅବକାଶ ନୀତି ସମ୍ପର୍ଣ୍ଣ କରାଯାଇଥିଲା। ଏହାପରେ ସାକ୍ଷୀଗୋପାଳଙ୍କ ନଟବର ବେଶରେ ଏବଂ ରାଧାରାଣୀଙ୍କୁ ଓଡ଼ିଆଣୀ ବେଶରେ ବିଭୂଷିତ କରାଯାଇ ବଲ୍ଲଭ, ସକାଳ ଧୂପ, ବାଳଧୂପ ନୀତି ପରେ ଭୋର ୩ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଚାଲୁ ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ବ୍ୟାରିକେଟର ବ୍ୟବସ୍ଥା କରାଯିବା ସହ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।

powered by social2s