ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ସ୍ଥିତ ପ୍ରକାଶମ ଜିଲ୍ଲାର ଗିଦଲପୁର ସ୍ଥିତ ଆଦର୍ଶ କଲେଜ୍ ଅଫ୍ ଏଜୁକେଶନ୍ ପରିସର ମଧ୍ୟରେ ବିଇଡି ପ୍ରଥମ ବର୍ଷ ବ୍ୟାଚ୍ ଶିକ୍ଷାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ ସୁରୁଖୁରୁରେ ସମାପନ ହୋଇଯାଇଅଛି l ଏହି ବନ୍ଧୁ ମିଳନ ଉତ୍ସବରେ ଓଡିଶାର ବିଭିନ୍ନ ଜିଲ୍ଲାର ଶିକ୍ଷାର୍ଥୀମାନେ ଯୋଗ ଦେଇ ଏହି ବନ୍ଧୁମିଳନ ଉତ୍ସବରେ ନିଜ ନିଜ ସ୍ମୃତି ଅଜାଡି ଥିବା ତଥା କାର୍ଯ୍ୟକ୍ରମର ଆନନ୍ଦ ନେଇଥିବା ଦେଖିବାକୁ ମିଳିଅଛି l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅଧ୍ୟାପକ ସୁକେଶ ମହାନ୍ତି, କୃତ୍ତିବାସ କର, ତ୍ରିନାଥ ପଟ୍ଟନାୟକ, ପ୍ରକାଶ ଲାହା ପ୍ରମୁଖ ଯୋଗ ଦେଇ ନିଜ ନିଜ କଲେଜ କେରିଅରର ସ୍ମୃତି ପରସ୍ପର ମଧ୍ୟରେ ବାଣ୍ଟିଥିଲେ l
powered by social2s

