ଧାମନଗର ଉପନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ମୋଟ ୨୫୨ଟି ବୁଥ୍‌ରୁ ୧୨୬ଟି ବୁଥରେ ୱେବ୍ କାଷ୍ଟିଂ ବ୍ଯବସ୍ଥା ଓ ୧୧୦ଟି ସମ୍ବେଦନଶୀଳ ବୁଥ ଅଧିକ ସୁରକ୍ଷା ବ୍ଯବସ୍ଥା କରାଯାଇଛି । ଉପନିର୍ବାଚନରେ ମତଦାନ କରିବେ ୨ ଲକ୍ଷ ୩୮ ହଜାର ଭୋଟର। ଭୋଟର ପରିଚୟ ପତ୍ର ଛଡ଼ା ଆଉ ୧୨ଟି ଡକ୍ୟୁମେଣ୍ଟକୁ ମଧ୍ୟ ଅନୁମତି ମିଳିଛି। ମତଦାନ କେନ୍ଦ୍ରର ୧୦୦ ମିଟର ପରିଧି ଭିତରେ କଥାବାର୍ତ୍ତାରେ ଲାଗିଛି କଟକଣା।

powered by social2s