ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ସମିତି ସୁବର୍ଣ୍ଣପୁର ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ନିମନ୍ତେ ପାତାଳୀ ଶ୍ରୀକ୍ଷେତ୍ର ରୁ "ତୁଳସୀ ରଥ" ବାହାରି ଉଲୁଣ୍ଡା ଜଗନ୍ନାଥ ମନ୍ଦିର, ବିନିକା ଦୂର୍ଗା ମଣ୍ଡପ, ବିନିକା ଜଗନ୍ନାଥ ମନ୍ଦିର, ବିଶିମୁଣ୍ଡା, ନାରାୟଣ ପୁର, ଖାରି, ସୋନପୁର ଦଧିବାମନ ମନ୍ଦିର, ମନମୁଣ୍ଡା, ବାଉଁଶୁଣି, ବୌଦ,ପୁରୁଣାକଟକ, ଦଶପଲ୍ଲା, ନୟାଗଡ଼ ରେ ରାତ୍ରିଯାପନ କରି ଗୁରୁବାର ନୟାଗଡ଼ ଜଗନ୍ନାଥ ମନ୍ଦିର ରେ ପୂଜା କରାଯାଇ ନୟାଗଡ଼ ରୁ ଖୋର୍ଦ୍ଧା, ଭୁବନେଶ୍ବର,ସାମନ୍ତରାପୁର, ଶିଶୁପାଳ ଗଡ଼, ପିପିଲି ସାକ୍ଷୀଗୋପାଳ ଗୁଣ୍ଡିଚାମନ୍ଦିର ଦେଇ ପୁରୀ ଆସିବା ବାଟରେ ତୁଳସୀ ଓ ଗେଣ୍ଡୁ ଫୁଲ ସଂଗ୍ରହ କରି ଆଣି ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କୁ ସମର୍ପିତ କରାଗଲା । ଏହ ରଥ ଆଜି ଭୁବନେଶ୍ବର ସକାଳ ୧୦ ଘଟିକା ୩୦ ମିନିଟ୍ ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ର ଅଫିସ ବ୍ୟାସକବି ଫକିର ମୋହନ ଭବନ ପ୍ଲଟ (୮୮୦) ଭି ଆଇ ପି ଏରିଆ ନୟାପଲ୍ଲି ଠାରେ ପହଁଞ୍ଚିଥିଲା। ଏହାକୁ ପରିଷଦର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ନେତୃତ୍ୱରେ ସମ୍ପାଦକ ନାରାୟଣ ମହାପାତ୍ର ଉପଦେଷ୍ଟା ରବି ନାରାୟଣ ମିଶ୍ର, କୋଷାଧକ୍ଷ ସୁରେଶ କୁମାର ମିଶ୍ର ସହ କୋଷାଧ୍ୟକ୍ଷ ଗୌରାଙ୍ଗ ନାୟକ, ଅକ୍ଷୟ ଉପାଧ୍ୟାୟ, ଅଖିଳ କୁମାର ସାହୁ, ପରଶୁରାମ ପତି କଲ୍ଯାଣ ପତି ସର୍ତ ଦାସ, ଅନାମିକା ସ୍ୱାଇଁ ପଟନାୟକ ସୁମି ତା ତ୍ରିପାଠୀ, ନିରଞ୍ଜନ ପଣ୍ଡା ଶ୍ରୀନିବାସ ରାଓ, ମନୋରଞ୍ଜନ ମହାନ୍ତି ଅଚ୍ୟୁତ ପ୍ରସାଦ ବେହେରା, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ଡ଼ ରାମଚନ୍ଦ୍ର ମିଶ୍ର, ଗାନ୍ଧୀ ଚୌଧୁରୀ, ନିରଞ୍ଜନ ଦାସ, ବାବାଜୀ ବିଶ୍ଵାଳ ଓ ବହୁ ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ, ସଦସ୍ୟା ମାନେ ଉପସ୍ଥିତ ରହି ସ୍ଵାଗତ ଓ ସମ୍ଵର୍ଦ୍ଧନା କରିବା ସହିତ ତୁଲସୀ ଓ ଫୁଲ ପ୍ରଦାନ କରିଥିଲେ। ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ରୁ ଚନ୍ଦ୍ରଶେଖର ହୋତା ସୁରେଶ ମିଶ୍ର, ହିମାଂଶୁ ପଣ୍ଡା ମାନସ ସାହୁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ଓ ପୁରୀ ଶ୍ରୀକ୍ଷେତ୍ର ବିଷୟ ରେ ଆଲୋଚନା କରାଯାଇଥିଲା। ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ର କିପରି ଉନ୍ନତି କରାଯାଇ ପାରିବ ସମସ୍ତେ ଚେଷ୍ଟା କରି ବାକୁ ଆସିଥିବା ସଦସ୍ୟ ମାନେ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଓଡ଼ିଆ ଅସସୋସିଏଟ ର ସଭାପତି ଭଗବାନ ପଣ୍ଡା ମଧ୍ଯ ତାଙ୍କର ମତ ଦେଇଥିଲେ। ଆମର ଲକ୍ଷ୍ୟ ଯେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପାଇଁ ଫୁଲ ଓ ତୁଳସୀ ଅଧିକ ରୁ ଅଧିକ ଲୋକଙ୍କ ହାତରୁ ଜେମିତି ତୁଳସୀ ରଥ ମାଧ୍ୟମରେ ପଠା ଯାଇ ପାରିବ ବୋଲି କହିଛନ୍ତି ନାରାୟଣ ମହାପାତ୍ର, ସମ୍ପାଦକ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ।
କାଳିଆ ର ତୁଳସୀ ରଥ ଯାତ୍ରା ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

