ସେଲିବ୍ରିଟି ବ୍ରୋ ଆର୍ଟିଷ୍ଟ ସୁମନ ଜଲାଫ୍‌ଙ୍କ ସହ ୟୁବ୍ୟୁର ସହଭାଗିତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ପ୍ରିମିୟମ ସ୍କିନକେୟାର କ୍ଲିନିକ୍ ଯୁବ୍ୟୁ ପ୍ରଥମ ଥର ପାଇଁ ଲଣ୍ଡନସ୍ଥିତ ବ୍ରୋ ଏକ୍ସପର୍ଟ ସୁମନ୍‌ ଜଲାଫଙ୍କୁ ଭୁବନେଶ୍ୱରକୁ ଆମନ୍ତ୍ରିତ କରାଯାଇଛି। ସୁମନଙ୍କର ବ୍ରାଣ୍ଡ ସୁମନ୍ ବ୍ରୋଜ୍ ସହିତ ୟୁବ୍ୟୁର ସହଭାଗିତାର ଅଂଶ ଭାବେ ସେ ଗତ ୨୯ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଭୁବନେଶ୍ୱର ଗ୍ରସ୍ତରେ ଆସିଥିଲେ। ୟୁବ୍ୟୁର ପ୍ରତିଷ୍ଠାତା ଡଃ ସମ୍ପଦା ସେଠିଆ, ବ୍ରୋ ମ୍ୟାଜିସିଆନର ପ୍ରତିଷ୍ଠାତା ସୁମନ୍ ଜଲାଫ୍ ଏବଂ ଲୋକପ୍ରିୟ ଅଭିନେତ୍ରୀ ଅର୍ଚିତା ସାହୁ ଏହି ଅବସରରେ ଉପସ୍ଥିତ ଥିଲେ । ସୁମନ୍‌ ଜଲାଫ୍ ବ୍ରୋ ଆର୍ଟିଷ୍ଟ୍ରୀ କ୍ଷେତ୍ରରେ ଜଣେ ଲୋକପ୍ରିୟ ନାମ ଅଟନ୍ତି ଏବଂ ତାଙ୍କର କ୍ଲାଏଂଟ୍ ତାଲିକାରେ ଦୀପିକା ପାଦୁକୋନ , ଶିଳ୍ପା ସେଟ୍ଟୀ , ଗୌରୀ ଖାନ୍ ଓ କେଟ୍ ମସ୍ ଆଦି ସାମିଲ ଅଛନ୍ତି । ଏହି ଅବସରରେ ସେ ୟୁବ୍ୟୁର ନିର୍ଦ୍ଦିଷ୍ଟ ଗ୍ରାହକମାନଙ୍କୁ ସେମି ପରମାନେଂଟ୍ ମେକ୍ଅପ୍ ( ଡିଜାଇନର ବ୍ରୋଜ୍ )ର ସେବା ପ୍ରଦାନ କରିଥଲେ । ସେ କ୍ଲିନିକରେ ଆର୍ଟିଷ୍ଟ୍ରୀ ଉପରେ ଏକ ସ୍ୱତନ୍ତ୍ର କର୍ମଶାଳାର ପରିଚାଳନା କରିଥିଲେ , ଯାହାଫଳରେ ଏହି ସେବାକୁ ଭବିଷ୍ୟତରେ ଇଚ୍ଛୁକ ଗ୍ରାହକଙ୍କୁ ଦିଆଯାଇପାରିବ । ଏହି ଅବସରରେ ୟୁବ୍ୟୁର ପ୍ରତିଷ୍ଠାତା ଡଃ ସମ୍ପଦା କହିଛନ୍ତି , “ ୟୁବ୍ୟୁ ହେଉଛି ଓଡ଼ିଶାର ପ୍ରଥମ ପ୍ରିମିୟମ କ୍ଲିନିକ୍ ଯାହା କେବଳ ସ୍ୱତନ୍ତ୍ର ଭାବେ ଏଫଡିଏ-ଅନୁମୋଦିତ ଚିକିତ୍ସା ଓ ଲେଜର୍ ପ୍ରଦାନ କରୁଛି। ଆମେ ହାଇଡ୍ରାଫେସିଆଲ , ଲୁମେକା , ଫରମା , ଆଇଏସକ୍ଲିନିକାଲ ଭଳି ସୌନ୍ଦର୍ଯ୍ୟ ଚିକିତ୍ସାଗୁଡ଼ିକ ପାଇଁ ବିଶ୍ୱର କିଛି ଅଗ୍ରଣୀ ବ୍ରାଣ୍ଡଗୁଡିକ ସହ ସହଭାଗିତାରେ ବଜାରରେ ସର୍ବୋଚ୍ଚ ଗୁଣବତାଯୁକ୍ତ ସୁରକ୍ଷା, ଟେକ୍ନୋଲୋଜି ଓ ସୌନ୍ଦର୍ଯ୍ୟ ଫଳାଫଳ ପ୍ରଦାନ କରୁଛୁ। ବ୍ରୋ ମ୍ୟାଜିସିଆନ୍ ସୁମନ୍ ଆମ ଗ୍ରାହକଙ୍କୁ ବ୍ରୋ ଟ୍ରାନ୍ସଫର୍ମେଶନ ପ୍ରଦାନ କରିବା ପାଇଁ ସୁଦୂର ଲଣ୍ଡନରୁ ଓଡ଼ିଶା ଆସିଥିଲେ ତାହା ଖୁବ୍ ଆନନ୍ଦଦାୟକ ଥିଲା। ମୁଁ ନିଶ୍ଚିତ ଯେ , ସୁମନଙ୍କ ଆଇବ୍ରୋ ଆର୍ଟିଷ୍ଟ୍ରୀ ପର୍ଚିଷ୍ଠା ଆମ ଗ୍ରାହକଙ୍କ ପାଇଁ ଏକ ଉନ୍ନତ ମୂଲ୍ୟ ହେବ।" ସେହିପରି ସୁମନ ଜଲାଫ୍ କରିଛନ୍ତି , 'ମୋତେ ଏହି ସହର ଖୁବ୍ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ମନେ ହେଲା। ଡଃ ସାମ୍ ଓ ୟୁବ୍ୟୁ ସହ ସହଭାଗିତାକୁ ନେଇ ମୁଁ ଖୁବ୍ ଉସ୍ଚାହିତ ଥିଲି । ସେମାନଙ୍କ ନିକଟରେ ମୋର ସମସ୍ତ ପସନ୍ଦର ଲଣ୍ତନର ଚିକିତ୍ସା ପଦ୍ଧତି ରହିଛି । ମୁଁ ନିଶ୍ଚିତ ରୂପେ ଆସନ୍ତା ବର୍ଷ ମୋର ଇଣ୍ଡିଆ ଟୁରର ଅଂଶ ଭାବେ ୟୁବ୍ୟୁକୁ ଆସିବି।' ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିନେତ୍ରୀ ଅର୍ଚିତା କରିଛନ୍ତି , 'ୟୁବ୍ୟୁ ଭଳି ଏକ ପ୍ରିମିୟମ ବିୟୁଟି କ୍ଲିନିକ୍ ଭୁବନେଶ୍ୱରରେ ଆରମ୍ଭ ହେବା ପରେ ଏବେ ସହରରେ ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ଚିକିତ୍ସାଗୁଡିକ ପାଇଁ ବାଟ ଖୋଲିଛି। ଏଭଳି ସ୍ବତନ୍ତ୍ର ଚିକିତ୍ସା ପାଇଁ ଏବେ ଜଣଙ୍କୁ ମୁମ୍ବାଇ, ଦିଲ୍ଲୀ କିମ୍ବା ଲଣ୍ତନ ଯିବାକୁ ପଡିବ ନାହିଁ । ମୁଁ ବ୍ରୋ ମ୍ୟାଜିସିଆନ୍ ସୁମନଙ୍କ ପରାମର୍ଶ ପାଇଁ ଖୁବ୍ ଖୁସି ଏବଂ ସୁମନଙ୍କୁ ଓଡ଼ିଶାକୁ ଆମନ୍ତ୍ରିତ କରିଥିବାରୁ ଡଃ ସମ୍ପଦାଙ୍କୁ ଧନ୍ୟବାଦ। '

powered by social2s