ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ୍ ତରଫରୁ କୋରାପୁଟର ଯୁବ କବି ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କୁ ସୂର୍ଯୋଦୟ ପ୍ରତିଭା ପ୍ରସିଦ୍ଧି ପତ୍ର-2022ରେ ସମ୍ମାନିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ସୂର୍ଯୋଦୟ ଲିଟେରାରୀ ଫାଉଣ୍ଡେସନ୍ ତରଫରୁ ସୂର୍ଯୋଦୟ ଶାନ୍ତି ସୌମିତ୍ରୀ ସମ୍ମିଳନୀ-2022ର ଏହାର ଚତୁର୍ଥ ବାର୍ଷିକ ଉତ୍ସବରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ କୋରାପୁଟର ଯୁବ କବି ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କୁ ସୂର୍ଯ୍ୟୋଦୟ ପ୍ରତିଭା ପ୍ରସିଦ୍ଧି ପତ୍ର-2022ରେ ସମ୍ମାନିତ କରାଯାଇଅଛି l ଏହି ଅବସରରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ (ଡ଼) ଦେବୀ ପ୍ରସନ୍ନ ପଟ୍ଟନାୟକ ( ପ୍ରତିଷ୍ଠାତା ନିର୍ଦ୍ଦେଶକ, ଭାରତୀୟ ଭାଷା ସଂସ୍ଥାନ, ମାନସ ଗଙ୍ଗୋତ୍ରୀ, ମହୀଶୂର, କର୍ଣ୍ଣାଟକ), ସଭାମୁଖ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରର ସୁସାହିତ୍ୟିକା ଶ୍ରୀମତୀ ମମତା ଦାଶ, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଶରତ ଚନ୍ଦ୍ର ରଥ (ବାଣୀବିହାର,ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ୱର), ସମ୍ମାନିତ ବକ୍ତା ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ଼ଃ ବୀଣା ସିଂହ, ସମ୍ମାନିତ ଅତିଥି ଭାବେ କଟକ ସମାଜ ଅଫିସ୍ ଦୈନିକ ସମ୍ବାଦପତ୍ର 'ସମାଜ'ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ଼ଃ ପ୍ରଭାସ ଆଚାର୍ଯ୍ୟ, ଉପଦେଷ୍ଟା ଭାବେ ବାଲେଶ୍ୱର ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ଦାଶ,ସୁର୍ଯୋଦୟ ଲିଟେରାରୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମ୍ପାଦକ ମନୋଜ କୁମାର ପଣ୍ଡା,ଅତିଥି ପରିଚୟ ଉପସଭାପତି ସୁଶ୍ରୀ ଜାହ୍ନଵୀ ଚୌଧୁରୀ,ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗାୟତ୍ରୀ ସୁଚରିତା, ବାର୍ଷିକ ଧାରା ବିବରଣୀ ତଥା ସମ୍ପାଦକୀୟ ବିବରଣୀ ପାଠ ସହ ସମ୍ପାଦିକା ସୁଶ୍ରୀ ସ୍ରୋତସ୍ୱିନୀ ପରିଡା, ମଞ୍ଚ ଆବାହକ ତଥା ସଂଯୋଜନା ଭାଷା ବିଜ୍ଞାନୀ ଡ଼ଃ ଦେବାଶିଷ ମହାପାତ୍ର ଏବଂ ପରିଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ, ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ଗିରି ସେହିପରି ଦ୍ଵିତୀୟ ଉତ୍ସବକ୍ରମେ ଆଲୋଚ୍ୟ ପ୍ରସଙ୍ଗ "ଶାନ୍ତି ପାଇଁ ଆମେ, ଆମ ପାଇଁ ଶାନ୍ତି" ପ୍ରସଙ୍ଗ ଆଲୋଚନ ହୋଇଥିବା ଅବସରରେ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକା ଡ଼ଃ ଅର୍ଚ୍ଚନା ନାୟକ,ବିଶେଷ ଅତିଥି ଭାବେ ବାଂଲାଦେଶ ସ୍ଥିତ ଭାଷାବିତ୍ ଔପନ୍ୟାସିକ,ସଦସ୍ୟ ବିଶ୍ୱ ଲେଖକ ସଂଗଠନ ଶ୍ରୀଯୁକ୍ତ ନୁରୁଲ ହକ୍ (WNWU), ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଏ.ସି.ପି ପୋଲିସ କମିଶନରେଟ ଶ୍ରୀଯୁକ୍ତ ଯଶୋବନ୍ତ ସେଠୀ, ଅତିଥି ପରିଚୟ ଅନୁଷ୍ଠାନର ଉପସଭାପତି ସୁଶ୍ରୀ ଜାହ୍ନବୀ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସହସମ୍ପାଦିକା ସୁଶ୍ରୀ ସ୍ରୋତସ୍ୱିନୀ ପରିଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଫାଉଣ୍ଡେସନର ତୃତୀୟ ଉତ୍ସବ କ୍ରମରେ ମୁଖ୍ୟ ଅତିଥି ଭାବେ ଗୀତିକାର, ଲେଖକ ଓଡ଼ିଆ ଚଳଚ୍ଚିତ୍ର ର ଶ୍ରୀଯୁକ୍ତ ବିଜୟ ମଲ୍ଲ, ସମ୍ମାନିତ ଅତିଥି ଭାବେ ସୁସାହିତ୍ୟିକା, ଲକ୍ଷ୍ନୋ ଉତ୍ତରପ୍ରଦେଶର ବାଲିକା ସେନଗୁପ୍ତା, ସମ୍ମାନିତ ଅତିଥି ଭାବେ ପଶ୍ଚିମବଙ୍ଗ କୋଲକାତାର ଅଭିନେତ୍ରୀ କାନଭାସ୍ ଚିତ୍ରଶିଳ୍ପି, ସୁସାହିତ୍ୟିକା ସୋମା ଭୂମିକ, ଅତିଥି ପରିଚୟ ପୁରୀରୁ ସୁସାହିତ୍ୟିକା ଡ଼ଃ ସୁଦୀପ୍ତା ମିଶ୍ର, ଆବାହକ ତଥା ସଂଯୋଜନା ଦୂରଦର୍ଶନ ଓଡ଼ିଆର ଉପସ୍ଥାପକ ଶ୍ରୀମାନ ଶିବାନନ୍ଦ ବାରିକ କରିଥିବା ବେଳେ ଅନୁଷ୍ଠାନର ଉପସଭାପତି ସୁଶ୍ରୀ ଜାହ୍ନବୀ ଚୌଧୁରୀ ଧନ୍ୟବାଦ ଅର୍ପଣ ତଥା ଶେଷ ସ୍ପର୍ଶ ପ୍ରଦାନ କରିଥିବା ଦେଖିବାକୁ ମିଳିଅଛି l

powered by social2s