ବଲାଙ୍ଗିର: ଘର ଛାତ ଭାଙ୍ଗି ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ରୁଗିଡ଼ିପଡ଼ା ମ୍ୟୁନିସିପାଲିଟି କଲୋନୀରେ ଘଟିଛି ଏପରି ଅଘଟଣ। ସୂଚନା ଅନୁଯାୟୀ, ଗାୟତ୍ରୀ କୁମ୍ଭାର ଏବଂ ତାଙ୍କ ଝିଅ ଆରତୀ ଗୁରୁତର ଆହତ ହୋଇଛନ୍ତି। ଗାୟତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଝିଅ ଆରତୀ ବଲାଙ୍ଗିରର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କଲୋନୀରେ ଥିବା ଏକ ପୁରୁଣା କୋଠାରେ ପୌରସଂସ୍ଥାର ଅବସରପ୍ରାପ୍ତ କର୍ମଚାରୀ ଗାୟତ୍ରୀ କୁମ୍ଭାର ରହୁଥିଲେ। ଗତ ରାତିରେ ଗାୟତ୍ରୀଙ୍କ ଝିଅ ତାଙ୍କ ନିକଟକୁ ଆସିଥିଲେ। ଉଭୟ ମା, ଝିଅ ଘରେ ବସି କଥା ହେଉଥିବା ବେଳେ ହଠାତ୍ ଘରର ଛାତ ଭାଙ୍ଗି ତାଙ୍କ ମୁଣ୍ଡ ଉପରେ ପଡିଲା।
powered by social2s

