ଢେଙ୍କାନାଳ: ଡ୍ରାଇଭରଙ୍କ ଅଧିକାର, ସୁରକ୍ଷା, ବୀମା, ଭତ୍ତା ଆଦି ୯ ଦଫା ଦାବି ନେଇ ନେଇ ରାଜ୍ୟର ଡ୍ରାଇଭରମାନେ ଆନେ୍ଦାଳନ ଚଳାଇଛନ୍ତି । ଏହାକୁ ନେଇ ସଂଘ ପକ୍ଷରୁ ବିଭିନ୍ନ ତରିକାରେ ପ୍ରତିବାଦ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ମାତ୍ର ସେମାନଙ୍କ ଦାବିକୁ ସରକାର ବିଭିନ୍ନ ବାହାନା ଦେଖାଇ ଅଣଦେଖା କରୁଛନ୍ତି । ଏହାକୁ ନେଇ ସଂଘ ଉଦ୍ବେଗ ପ୍ରକାଶ କରିଛି । ସଂଘର ଦାବି ପୂରଣ ଦିଗରେ ସରକାରଙ୍କ ଅବହେଳା ପାଇଁ ଅସନ୍ତୋଷ ପ୍ରକାଶ କରି ଓ ନିର୍ଦ୍ଦିଷ୍ଟ ସମୟରେ ପ୍ରତିକାର ନିମନ୍ତେ ଶନିବାର ଢେଙ୍କାନାଳ ଜିଲ୍ଲାର ଡ୍ରାଇଭରମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ରକୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଡ୍ରାଇଭରମାନଙ୍କ ମୌଳିକ ଦାବି ଓ ସମସ୍ୟାଗୁଡିକ ସମାଧାନ ବିଗତ ବର୍ଷାଧିକ କାଳ ଆନେ୍ଦାଳନ କରୁଛନ୍ତି । ମାତ୍ର ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇ ସରକାର ସମୟ ଗଡାଉଥିବା ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ହଜାର ହଜାର ଡ୍ରାଇଭର ଦଣ୍ଡବତ ଯାତ୍ରା କରି ନବୀନ ନିବାସ ଅଭିମୁଖେ ଯାତ୍ରା କରୁଛନ୍ତି । ଏଥର କିନ୍ତୁ ମହାସଂଘ କଡା ଆଭିମୁଖ୍ୟ ଗ୍ରହଣ କରି ସମଗ୍ର ଜିଲ୍ଲା ଓ ରାଜ୍ୟରେ ଷ୍ଟିଅରିଂ ଛାଡ ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛନ୍ତି । ଏହାକୁ ନେଇ ଢେଙ୍କାନାଳ ଜିଲ୍ଲାର ଡ୍ରାଇଭରମାନେ ସଭାପତି ନରୋତ୍ତମ ବେହେରାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଡ୍ରାଇଭର ମହାସଂଘ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

