ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ଏକାଦଶୀ ପବିତ୍ର ପଞ୍ଚୁକ ଓ ଭକ୍ତ ଶିରୋମଣି ଦାଶିଆ ସ୍ମୃତି ପୀଠରେ ଜନ୍ମ ବାର୍ଷିକୀ ପାଳନ ଦିବସରେ ସଭାପତି ଶ୍ରୀମତି ସଞ୍ଚିତା ମହାନ୍ତି ପରାମର୍ଶ କ୍ରମେ ସଦସ୍ୟ ଓ ସଦସ୍ୟା ମାନେ ଯୋଗଦାନ କରିଥିଲେ ଓ ଜଗତର ନାଥ ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ।
ଆଜି ପବିତ୍ର ଦିବସ ରେ ଭକ୍ତ ଶିରୋମଣି ଦାଶିଆଙ୍କ ଜନ୍ମ ବାର୍ଷିକୀ ପାଳନ ନିମନ୍ତେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବରର ୭୫ ଜଣ ଦାଶିଆ ସ୍ମୃତି ପୀଠ ପରିଦର୍ଶନ କରି ଭଜନ ଓ କଥାମୃତ କରାଯାଇ ପ୍ରସାଦ ସେବନ ହୋଇଥିଲା ।
ସମ୍ମାନୀୟ ଡ ପ୍ରତିଭା ମହାରଥୀ, ସଭାପତି ଡ ଅଶୋକ ମହାପାତ୍ର ସମ୍ପାଦକ ଘନଶ୍ୟାମ ସ୍ୱାଇଁ ଶ୍ରୀ ପ୍ରଭାତ କୁମାର ନନ୍ଦ ଓ ଅନ୍ୟନ୍ୟ ଅତିଥି ମାନେ ଉପସ୍ଥିତ ରହି ଦାଶିଆଙ୍କ ସ୍ମୃତିଚାରଣ କରିଥିଲେ।
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ସମ୍ପାଦକ ନାରାୟଣ ମହାପାତ୍ର ଉପଦେଷ୍ଟା ରବି ନାରାୟଣ ମିଶ୍ର, କାମେଶ୍ଵର ରାଓ ବିଷ୍ନୁ ମହାନ୍ତି, ଦିବ୍ୟ ରଞ୍ଜନ ପଟ୍ଟନାୟକ, ଦିଲ୍ଲୀପ ମହାନ୍ତି ଓ ଅନ୍ୟ ବରିଷ୍ଠ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯକ୍ରମରେ ଯୋଗ ଦେଇଥିଲେ। ଦାଶିଆ ସ୍ମୃତି ପୀଠରେ ପ୍ରସାଦ ସେବନ କରାଯାଇ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ପଞ୍ଚୁକରେ ମହାପ୍ରଭୁଙ୍କୁ ଦର୍ଶନ କରି ଅଭଡା ମହାପ୍ରସାଦ ସେବନ କରି ଫେରିଆସିଥିଲେ।
ଭକ୍ତ ଶିରୋମଣି ଦାଶିଆ ସ୍ମୃତି ପୀଠରେ ଜନ୍ମ ବାର୍ଷିକୀ ପାଳନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

