ପୁରୀ ଶ୍ରୀମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସର ମାଡ଼ ଅଭିଯୋଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ହେଲେ ମାଧୁରୀ ଦାଶ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର। ମାଧୁରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଧୁରୀ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ମାସେ ହେଲା ବାସେଳିସାହିରେ ଥିବା ହବିଷିଆଳୀଙ୍କ ଶିବିରରେ ରହୁଥିଲେ। ସେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ହବିଷିଆଳୀଙ୍କ ଶିବିରରେ ରହୁନଥିଲେ। ଆଜି ପଞ୍ଚୁକର ଚତୁର୍ଥ ଦିନରେ ସେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ। ଘଣ୍ଟି ଦ୍ୱାର ନିକଟରେ ମାଧୁରୀଙ୍କୁ ପୋଲିସ ଅଟକାଇଥିଲା। ଏନେଇ ମାଧୁରୀ ଓ ପୋଲିସଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ଏହି ଘଟଣାରେ ହାବିଲଦାର ପ୍ରଶାନ୍ତ କୁମାର ଦଳେଇ ନାମକ ଜଣେ ହାବିଲଦାରଙ୍କୁ ନିଲମ୍ବିତ କରାଯାଇଛି ଓ ଅଧିକ ତଦନ୍ତ ଜାରି ରହିଥିବା କହିଲେ ପୁରୀ ଏସ୍ପି କଂୱର ବିଶାଳ ସିଂହ।

powered by social2s