ଭୁବନେଶ୍ୱର: ଆସନ୍ତାକାଲି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। କାଲି ଅପରାହ୍ନ ୨ଟା ୩୯ ମି.୧୪ ସେ. ରେ ଗ୍ରହଣ ସ୍ପର୍ଶ ହୋଇ ସଂଧ୍ଯା ୬ଟା ୧୯ ମି. ୦୫ ସେ. ରେ ସର୍ବମୋକ୍ଷ ହେବ। ପୂର୍ଣ୍ଣଚନ୍ଦ୍ର ଗ୍ରହଣ ୩ଟା ୪୭ମି. ରେ ଆରମ୍ଭ ହେଉଥିଲେ ମଧ୍ଯ ଚନ୍ଦ୍ର ଉଦୟ ହୋଇନଥିବାରୁ ଏହା ଓଡ଼ିଶାକୁ ଦୃଶ୍ୟମାନ ହେବନାହିଁ। ଭୋର୍ ୫ଟା ୫୪ ମିନିଟ୍ ରୁ ପାକତ୍ୟାଗ ଓ ଦେବନୀତି ନିଷେଧ। ଗ୍ରହଣ ସର୍ବମୋକ୍ଷ ପରେ ସ୍ନାନ, ଦେବନୀତି, ପାକକର୍ମ କରଣୀୟ। ଏଭଳି ବିରଳ ଗ୍ରହଣ ଆସନ୍ତା ସେପ୍ଟେମ୍ବର ୭, ୨୦୨୫ ରେ ଦୃଶ୍ୟମାନ ହେବ।
powered by social2s

