କାର୍ତ୍ତିକ ପୂର୍ଣ୍ଣିମା ଗାଁ ଗାଁ ରେ ପାଳୁଛନ୍ତି ଭକ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ତୁଳସୀଡୁଙ୍ଗୁରି: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ତୁଳସୀଡୁଙ୍ଗୁରି ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିର ପୀଠରେ ପୂଜା ପାଠ ହୋଇଥିଲାପାଞ୍ଚ ଦିନ ଧରି ଏହି କାର୍ତିକ ପୂର୍ଣ୍ଣାହୂତି ଭକ୍ତ ମାନେ ନିଷ୍ଠାର ସହିତ ପୂଜାକାର୍ଯ୍ୟ ସମାପନ କରିଥିଲେ । ମନ୍ଦିର ପୂଜକ ଶ୍ରୀ ଚିନ୍ତା ମଣି ବର୍ଗେ ଏବଂ ତାଙ୍କ ଧର୍ମ ପତ୍ନୀ ଲତା ବର୍ଗେ ପୂଜା କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ ଦେଖିବାକୁ ମିଳିଥିଲା । ପୂର୍ଣ୍ଣମୀ ଦିନ ପୂର୍ଣ୍ଣାହୂତି ହେବା କଥା କିନ୍ତୁ ଏବର୍ଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଦିନ ଚନ୍ଦ୍ରଗ୍ରହଣ ପାଇଁ ଦେବକାର୍ଯ୍ଯ ନିଷେଧ ଥିବାରୁ କରାଯାଇଥିଲା । ଶେଷ ଦିନରେ ଭକ୍ତମାନେ ଜଗନ୍ନାଥ ' ଙ୍କୁ ଦର୍ଶନ କରିବା ସହିତ ପ୍ରସାଦ ସେଵନକରି ମହାଆନନ୍ଦରେ ଘରକୁ ପ୍ରତ୍ଯାବର୍ତ୍ତନ କରିଥିଲେ । ତୁଳସୀଡୁଙ୍ଗୁରି ଗ୍ରାମ ତଥା ପୀତବାସ ନାଗ ମାଗଶିର ଧାରୁଆ ମଗନ ଧାରୁଆ ରଥି ବର୍ଗେ ଭେଳା ସାଗର କାଳସାଏ ମକାରଧାଜ ଭଇ ମଳି ଧାରୁଆ ଗୀତ ବାନାଗୁଳା ରିମଝିମ ବର୍ଗେ ବୋଇଦେ ନାଗ ଘର କଲସଏ ତୁଳସୀଡୁଙ୍ଗୁରି ଗ୍ରାମ ର ଆଉ ଅନ୍ୟ ଭକ୍ତ ମାନେ ଉପସ୍ଥିତ ରହି ଥିଲେ ଅଞ୍ଚଳବାସୀଙ୍କ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି ।। ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

powered by social2s