ଭୁବନେଶ୍ବରରେ ୩୧ତମ ଅଗ୍ନିଶମ କେନ୍ଦ୍ରାଧିକାରୀ ପ୍ରଶିକ୍ଷାର୍ଥୀ ମାନଙ୍କର ସମାବର୍ତ୍ତନ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡିଶା ଅଗ୍ନିଶମ ବିପତ୍ତ ନିସ୍ତାର ପ୍ରତିଷ୍ଠାନ, ବରମୁଣ୍ଡା , ଭୁବନେଶ୍ବର ଠାରେ ୩୧ତମ ଅଗ୍ନିଶମ କେନ୍ଦ୍ରାଧିକାରୀ ପ୍ରଶିକ୍ଷାର୍ଥୀ ମାନଙ୍କର ସମାବର୍ତ୍ତନ ଉତ୍ସବ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି । ଏହି ସମାବର୍ତ୍ତନ ଉତ୍ସବକୁ ସୀମିତ କରାଯାଇ ଅଗ୍ନିଶମ ବିପତ୍ତ ନିସ୍ତାର ପ୍ରତିଷ୍ଠାନ ରେ କରାଯାଇଥିଲା । ଏହି ଉତ୍ସବରେ ଅଗ୍ନିଶମ ମହାନିର୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପଧ୍ୟାୟ ମୁଖ୍ଯ ଅତିଥି ଭାବରେ ଦେଇଥିଲେ । ଏହା ବ୍ୟତୀତ ଅତିରିକ୍ତ ମହାନିର୍ଦେଶକ ଡ଼ . ସୋମ୍ୟା ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ମୋଟ ୧୦ ଜଣ ଅଗ୍ନିଶମ କେନ୍ଦ୍ରାଧ୍ୟାକାରୀ ତାଙ୍କର ୯ ମାସର ପ୍ରଶିକ୍ଷଣ ଅବଧି ସଫଳତାର ସହ ଶେଷ କରି ଏହି ଉତ୍ସବରେ ଭାଗ ନେଇଥିଲେ । ଏହି ସମାବର୍ତ୍ତନ ଉତ୍ସବରେ ଅଧିକାରୀ ମାନଙ୍କୁ ଅଗ୍ନିଶମ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ର ଅଧକ୍ଷ୍ୟ ଶ୍ରୀ ତ୍ରିଲୋକ କୁମାର ବାବୁ ଶପଥ ପାଠ କରାଇଥିଲେ । ସେମାନେ ନିଜ କର୍ମ କ୍ଷେତ୍ରରେ ଜଣେ ଶୃଙ୍ଖଳିତ ସଭ୍ୟ ଭାବରେ ସାମ୍ବିଧାନିକ ବିଧିବ୍ୟବସ୍ଥା ପରିସରରେ ରହି ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ନିଷ୍ଠାର ସହିତ ଦେଶ ଓ ଜାତିର ସେବା କରିବେ ବୋଲି ଈଶ୍ବରଙ୍କ ନାମରେ ଶପଥ ନେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ ଏହି ଅଧିକାରୀ ମାନଙ୍କୁ କିପରି ନିଜର କର୍ମକୁ ପେସା ଭାବରେ ଗ୍ରହଣ କରିପାରିବେ ଓ ଏହା ଦ୍ଵାରା ଆତ୍ମତୃପ୍ତି ଲାଭ କରିପାରିବା ସହ ନିଜକୁ ଜଣେ ପେସାଦାର ଅଗ୍ନିଶମ ଅଧିକାରୀ ଭାବେ ଗଢିତୋଳିବେ ବୁଝାଇଥଲେ । ଜଣେ କେନ୍ଦ୍ରା ଅଧିକାରୀ କିପରି ଭାବେ ଲୋକ ମାନଙ୍କର ବିପଦର ବନ୍ଧୁ ହୋଇ କାର୍ଯ୍ୟ କରି ଲୋକାଦୃତ ହେଇପାରିବ ତା ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ ନୂତନ ଭାବରେ ତାଲିମ ନେଇଥିବା ଅଧିକାରୀ ମାନଙ୍କୁ ବିଭାଗୀୟ Motto " WE SERVE TO SAVE " ମହତ୍ୱ କୁ ଆଧାର କରି କାର୍ଯ୍ୟ କରିବା ପାଇଁ ଉପଦେଶ ଦେବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି ଉତ୍ସବ ର ଅନ୍ୟତମ ଅତିଥି ଅତିରିକ୍ତ ମହାନିର୍ଦେଶିକା ଡ଼ . ସୌମ୍ୟା ମିଶ୍ର ନିଜର ବକ୍ତବ୍ୟରେ ଓଡିଶା ଅଗ୍ନିଶମ ସେବା ସଂସ୍ଥା କିପରି ସର୍ବ ଭାରତୀୟ ସ୍ତରରେ ଆଦୃତ ହୋଇ ପାରିଛି ତାହା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ କି ଓଡିଶା ଅଗ୍ନିଶମ ସେବା ସଂସ୍ଥା ର ସଫଳତା ପାଇଁ ଉଚକୋଟୀର ପ୍ରଶିକ୍ଷଣ ହିଁ ଚାବିକାଠି। ପ୍ରଶିକ୍ଷିତ ଅଧିକାରୀ ମାନଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ଓ ଦ୍ୱିତୀୟ ସ୍ଥାନ ରଖିଥିବା କେନ୍ଦ୍ରା ଅଧିକାରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ପରିଶେଷରେ ଅଗ୍ନିଶମ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ର ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ କୁମାର ଜେନା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s