ଢେଙ୍କାନାଳ: ଆଜି ଢେଙ୍କାନାଳରେ ଛାଡ଼ ଖାଇ ଥିବାରୁ ମାଛ ଓ ମାଂସ ଦୋକାନରେ ପ୍ରବଳ ଭିଡ ଜମି ଥିଲା। ଲୋକମାନେ ଦୀର୍ଘ ଏକ ମାସ ହେଲା ଆମିଷ ଖାଇ ନ ଥିଲେ। ଅଜି ଘରେ ଘରେ ମାଂସ ଓ ମାଛର ମହକ ବାସୁଥିଲା। ବଡ଼ ମାଛ ୧୬୦ ରୁ ୧୮୦ , ଚିଙ୍ଗୁଡ଼ି କିଲୋ ପିଛା ୩୦୦ ରୁ ୫୦୦ , କଙ୍କଡା ୫୦୦, ଚୁନା ମାଛ କିଲୋ ୨୦୦, ପୋହଳା ୨୦୦, ମଟନ୍ ୭୦୦, ଚିକେନ୍ ୨୪୦ଟଙ୍କାରେ ବିକ୍ରି ହୋଇଥିଲା। ମହାବୀର ବଜାରର ମାଛ ବ୍ୟବସାୟୀ କରୁଣାକର ଦଳେଇ କହିଥିଲେ ଯେ ପୂର୍ବରୁ ଯେଉଁ ରେଟରେ ମାଛ ବିକ୍ରି ହେଉଥିଲା ସେହି ରେଟରେ ଆଜି ମାଛ ବିକ୍ରି ହେଉଛି।
powered by social2s

