ଓଟିଡିସି ରେ ମାଣ୍ଡିଆ ଦିବସ ପାଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଦିନ ଟିକୁ ଓଡିଶା ସରକାର ମାଣ୍ଡିଆ ଦିବସ ପାଳନ କରୁଛନ୍ତି । ପ୍ରତି ବର୍ଷ ନଭେମ୍ବର ୧୦ ତାରିଖ କୁ ମାଣ୍ଡିଆ ଦିବସ ପାଳନ କରିବା ନିମନ୍ତେ ଓଡିଶା ସରକାର ନିଷ୍ପତି ଦେଇଛନ୍ତି। ଆମ ରାଜ୍ୟ ରେ ଛୋଟ ଚାଷୀ, ଗରିବ ଆଦିବାସୀ ମାଣ୍ଡିଆ ଚାଷ କରିଥାନ୍ତି। ସେମାନଙ୍କ ଅବସ୍ଥା ରେ ଉନ୍ନତି ପାଇଁ ଓ ଲୋକ ମାନଙ୍କୁ ପୃଷ୍ଟି ଯୋଗାଣ ବିଷୟ କୁ ଧ୍ୟାନ ରେ ରଖି ମିଲେଟ ମିଶନ ଆରମ୍ଭ କରାଯାଇଅଛି. ଆମର ମିଲେଟ ମିଶନ ବିଶ୍ୱ ର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ଆଜି ଏହି ପେରିପ୍ରେକ୍ଷା ରେ ପାନ୍ଥନିବାସ ଭୁବନେଶ୍ୱର ପରିସର ରେ ଓଟିଡିସି ଅଧକ୍ଷ ଡା. ଲେନିନ ମହାନ୍ତି ଙ୍କ ଉପସ୍ଥିତି ରେ ମାଣ୍ଡିଆ ଦିବସ ପାଳନ କରାଯାଇଅଛି। ପାନ୍ଥନିବାସ ଦ୍ୱାରା ମାଣ୍ଡିଆ ରୁ ପ୍ରସ୍ତୁତ ବଟର ମିଲ୍ଲକ, ସିଙ୍ଗଡ଼ା , ସୁପ, ସିଝା ମଣ୍ଡା, କାକରା, ଇଡଲି, କୁକିଜ୍ ଆଦି ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ କରାଯାଇଥିଲା. ଏହି ଅବସର ରେ ଓଟିଡିସି ର ଜେନେରାଲ ମ୍ୟାନେଜର ଶ୍ରୀ ଲଗ୍ନଜିତ ରାଉତ, ପାନ୍ଥନିବାସ ମ୍ୟାନେଜର ଶ୍ରୀ କ୍ଷିତୀଶ କୁମାର ଦାସ, ସେଫ ଶ୍ରୀ ମନ୍ଦରଧର ସାହୁ ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନ ରେ ଏହା ଓଟିଡିସି ର ସମସ୍ତ ପାନ୍ଥନିବାସ ରେ ଉପଲବ୍ଧ ହେବ ।

powered by social2s