ଭୁବନେଶ୍ବର: Rotary ଭବନ ଠାରେ ଜିଲ୍ଲା ପ୍ରଶାସନ ଖୋର୍ଧା ତରଫରୁ actionaid -ୟୁନିସେଫ ଓ CCWD ର ମିଳିତ ସହଯୋଗରେ କିଶୋରୀ ବାଳିକା ମାନଙ୍କ ନିମନ୍ତେ ଦକ୍ଷତା ବିକାଶ ତଥା ବିଭିନ୍ନ skill ଟ୍ରେନିଂ ସହ ଯୋଡିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଶ୍ରୀମତୀ ପୂନମ ଗୁହା, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓର୍ମାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. ଶ୍ରୀ ପ୍ରଫୁଲ୍ଲ କୁମାର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ବର, engineer ଜୀତାମିତ୍ର sathpathy, ଅଧକ୍ଷ ITI ଭୁବନେଶ୍ବର, ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀ ଦେବବ୍ରତ ପାତ୍ର, ସହକାରୀ ନିର୍ଦେଶକ, actionaid, ଶ୍ରୀ ସଦାଶିବ ସ୍ବାଇଁ, ନିର୍ଦେଶକ, CCWD ତଥା actionaid ର ରାଜ୍ୟ ପରିଚାଳକ ଶ୍ରୀ ଘାସିରାମ panda ଯୋଗ ଦେଇ ପିଲା ମାନଂକ ସହ ଆଲୋଚନା କରିଥିଲେ ତଥା ପିଲା ମାନଂକ ସହ ସେମାନଂକର ଇଛା ତଥା କେମିତି skill ଟ୍ରେନିଂରେ ଯୋଗ ଦେବେ ସେ ସଂପର୍କ ରେ ପିଲାନ୍କ ସହ ଆଲୋଚନା କରିଥିଲେ. କିଶୋରୀ ବାଳିକା ମାନେ ଯେଉଁମାନେ skill ଟ୍ରେନିଂ ସହ ଯୋଡି ହୋଇଛନ୍ତି ସେମାନେ ଅନୁଭୂତି ବର୍ଣନା କରିବା ସହ ଆଶାୟୀ ପିଲା ମାନେ ସେମାନଂକ ର ସମସ୍ୟା କହିଥିଲେ । ମୁଖ୍ୟ ନିର୍ଦେଶକ ଓର୍ମାସ ବିଭିନ୍ନ ସଫଳତା ର କାହାଣୀ ପିଲାମାନଂକ ସହ ଆଲୋଚନା କରିବା ସହ ଅଧିକ ରୁ ଅଧିକା ପିଲା ମାନନ୍କୁ କିପରି ଯୋଡି ପାରିବ ତା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ ବୋଲି କହିଥିଲେ. ଅଳ୍ପ ବୟସ ରେ ବାହାଘର କୁ ରୋକିବା, ଶିକ୍ଷାର ବିକାଶ, ଆତ୍ମନିର୍ଭର, ଦକ୍ଷତା ତଥା SHG ମାନଂକ ର କାର୍ଯ୍ୟ ଏବଂ ଆମେ କିପରି ଏହି ସବୁ ସହ ଯୋଡି ହୋଇ ଆମ ଲକ୍ଷ ସ୍ଥଳ ରେ ପହଂଚିବା ସେଇଟା ଆମର ଆଜିର କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ.ବହୁତ ସଂସ୍ଥା ଅଛି ଯେଉଁ ମାନେ ଦକ୍ଷତା ବିକାଶର ଟ୍ରେନିଂ ଦେଉଛନ୍ତି ସେମାନଂକ ପାଖରେ ଆମେ ପହଂଚିବା ଦରକାର ଏବଂ ଯଦି ନ ପହଂଚି ପାରୁଛେ ତାହେଲେ ଆମେ ସହଯୋଗ କରିବୁ ଆପଣ ମାନଙ୍କୁ ସେଠି ପହଂଚିବା ପାଇଁ. ଏମିତି ମଂଚ ର ଆବଶ୍ୟକତା ଅଛି ଦକ୍ଷତା ବିକାଶ ରେ ଯୋଡି ହେବା ପାଇଁ ସମସ୍ତ ଅନୁଷ୍ଠାନ ଯେଉଁମାନେ ପିଲା ମାନଂକ ସୁରକ୍ଷା ତଥା ଦକ୍ଷତା ବିକାଶରେ କାର୍ଯ୍ୟ କରୁଛନ୍ତି ସମସ୍ତେ ଏକାଠି ହୋଇ କାମ କରିବା ଉଚ୍ଚିତ ବୋଲି ଅତିରିକ୍ତ ଜଲ୍ଲାପାଳ ଶ୍ରୀ ସ୍ବାଇଁ କହିଥିଲେ. ଶେଷରେ ଶ୍ରୀ ଘାସିରାମ ପଣ୍ଡା କିପରି ଆମେ ଆଜିର ଏହି କାର୍ଯ୍ୟକ୍ରମ କୁ ଆଗକୁ ନେଇ ଆଗାମୀ ଦିନ ରେ ପୁରା ରାଜ୍ୟ ରେ ଏହି ଦକ୍ଷତା ବିକାଶ କୁ ସୁଦୃଢ କରିବା ସେଥି ନିମନ୍ତେ ଆଲୋଚନା କରିଥିଲେ । ପ୍ରାୟ ୧୦,୦୦୦ ରୁ ଅଧିକ ଯେଉଁ ନାବାଳିକା ମା' ମାନେ ଅଛନ୍ତି ଆମ ରାଜ୍ୟ ରେ ଆମେ କିପରି ସେମାନଙ୍କୁ ଯୋଡିବା ତା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଖୋର୍ଧା ଜିଲ୍ଲା ସଂଯୋଜିକା ସ୍ଵାତି ତନ୍ମୟ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଭାସ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ.
କିଶୋରୀ ବାଳିକା ମାନଙ୍କ ନିମନ୍ତେ ଦକ୍ଷତା ବିକାଶ ଟ୍ରେନିଂ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

