ଖପ୍ରାଡୁଙ୍ଗୁରି କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ନିରଞ୍ଜନ ବିଶି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବଲାଙ୍ଗିର: ବଲାଙ୍ଗିର ଜ଼ିଲ୍ଲା ବେଲପଡା ବ୍ଲକ ଏବଂ ସଇଁତଳା ବ୍ଲକ ମଧ୍ୟରେ ପବିତ୍ର ଧାର୍ମିକ ପୀଠ ଖପ୍ରାଡୁଙ୍ଗୁରି ଅବସ୍ଥିତ lଏହି ପାହାଡ଼ ରେ ଥିବା ସପ୍ତର୍ଷି ଗୁମ୍ଫା,ଶ୍ରୀକୃଷ୍ଣ ଗିରି ଗୋବର୍ଦ୍ଧନ,ହନୁମାନ,ବନଦୁର୍ଗା,ଜଗନ୍ନାଥ ବଳଭଦ୍ର ସୁଭଦ୍ରା,ଶ୍ରୀ ଲକ୍ଷ୍ମୀ,କlଳାନ୍ତକ ମହାଦେବ ମନ୍ଦିର ରେ ଶଙ୍ଖ ଘଣ୍ଟ ବାଦ୍ୟ ଦ୍ୱାରା ନୀତିକାନ୍ତି ସେବାପୂଜା କରାଯାଏ lପାହାଡ଼ ଉପରେ ଥିବା କୂଅ ର ନାଗସାପ ,ପ୍ରକୃତି ଦତ୍ତ ପାହାଡ଼, ଜଙ୍ଗଲ,ଗୁମ୍ଫା ରେ ରହୁଥିବା ବିରଳ ପ୍ରଜାତିର ପଶୁପକ୍ଷୀ,ସରୀସୃପ,ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥlଏ l ଖପ୍ରାଡୁଙ୍ଗୁରି ରେ ବିଭିନ୍ନ ଯାନିଯାତ୍ରା,ପର୍ବ ପର୍ବାଣୀ ପାଳିତ କରାଯାଏ l ପ୍ରତିଦିନ ଶତାଧିକ ଭକ୍ତ,ପର୍ଯ୍ୟଟକ,ପରିବେଶ ପ୍ରେମୀ ଏହି ଧାର୍ମିକ ସ୍ଥଳୀ କୁ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି l ସାଧୁ ସନ୍ଥ ମାନେ ଏହି ପାହାଡ଼ ତଳେ ରହୁ ଥିବାରୁ ଜଙ୍ଗଲ ଏବଂ ପ୍ରାକୃତିକ ସମ୍ପଦ,ବନ୍ୟଜନ୍ତୁ ସୁରକ୍ଷିତ ଅଛନ୍ତି lଐତିହ୍ୟ ସମ୍ପନ୍ନ ପ୍ରାଚୀନ ଧାର୍ମିକ ପୀଠ ଖପ୍ରାଡୁଙ୍ଗୁରି ର ସୁରକ୍ଷା,ସୌନ୍ଦର୍ଯ୍ୟକରଣ ଏବଂ ପୁନଃଉଦ୍ଧାର ସକାଶେ ସଂସ୍କୃତି ବିଭାଗ ଖପ୍ରାଡୁଙ୍ଗୁରି ପୀଠ କୁ ପର୍ଯ୍ୟଟନ ସ୍ଥଳୀ ରୂପେ ଚି଼ହ୍ନଟ କରିବା ସାଂସଦ ଶ୍ରୀ ବିଶି ସୁପାରିଶ କରିଛନ୍ତି l ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଲେ ଖପ୍ରାଡୁଙ୍ଗୁରି ର ପ୍ରାକୃତିକ ଶୋଭା ବର୍ଦ୍ଧନ ସହିତ ଜଙ୍ଗଲ ସୁରକ୍ଷା,ପରିବେଶସୁରକ୍ଷା,ବିରଳ ବନ୍ୟପ୍ରାଣୀ,ସରୀସୃପ,ପକ୍ଷୀ ମାନଙ୍କ ସଂରକ୍ଷଣ ପରିବେଶ ସନ୍ତୁଳନ ହୋଇ ପାରିବ ବୋଲି ଶ୍ରୀ ବିଶି ଦର୍ଶାଇଛନ୍ତି ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

powered by social2s