ଢେଙ୍କାନାଳ: ଆଜି ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି । ଏହି ଶୁଭ ଦିବସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ପୂଣ୍ୟ ଜନ୍ମଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି । ଏହି ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ମିନତି ଦେହୁରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଦେଶଭକ୍ତ , ଦେଶପ୍ରତି ପ୍ରେମ , ଛୋଟ ପିଲାମାନଙ୍କ ପ୍ରତି ଭଲପାଇବା , କୀର୍ତ୍ତି ଆଦିର ଗୁଣଗାନ କରିଥିଲେ । ଏହି ଦିବସରେ ଛୋଟ ଛୋଟ କୁନି ପିଲାମାନଙ୍କ ମଧ୍ୟରେ ଅନେକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ନୃତ୍ୟ , ସଙ୍ଗୀତ , ଏକକ ଅଭିନୟ , ବାଲୁକା କଳା , ଝୋଟି , ହସ୍ତଶିଳ୍ପ ଆଦିରେ ପିଲାମାନେ ନିଜର କଳା ଓ କରୁକାର୍ଯ୍ୟ ଦେଖାଇଥିଲେ । ପିଲାମାନଙ୍କ ମଧ୍ୟରେ ପୁରସ୍କାର ବିତରଣ ମଧ୍ୟ ଆୟୋଜନ କାଯାଇ ଉତ୍ସାହିତ କରାଯାଇଥିଲା ।
powered by social2s