Warning: getimagesize(/home/odiaray/public_html/images/IMG_20221115_001409.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG_20221115_001409.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ନିଆରା ଢଙ୍ଗରେ ପିଲାଙ୍କ ଗହଣରେ ଶିଶୁ ଦିବସ ପାଳନ କଲେ କୋରାପୁଟର ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ଆଜି ହେଉଛି ଶିଶୁ ଦିବସ । ପ୍ରତ୍ୟେକ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସେପଟେ କୋରାପୁଟର ଅଧ୍ୟାପକ, କବି ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକ ନିଜ ପରିବାରର ପିଲାଙ୍କ ସହ ଏପରିକି ନିଜର ଛାତ୍ରଛାତ୍ରୀଙ୍କ ସହ ଏକ ନିଆରା ଢଙ୍ଗରେ ଏହି ଶିଶୁ ଦିବସକୁ ପାଳନ କରିଥିବା ଦେଖିବାକୁ ମିଳିଅଛି lଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଏହି ଆପଣାର ପିଲାମାନଙ୍କୁ ସେ ସାଥିରେ ଆଣିଥିବା ବିଭିନ୍ନ ଶିକ୍ଷା ଉପକରଣ ଯଥା ଶ୍ରୀ ବୈକୁଣ୍ଠନାଥ ଆଚାର୍ଯ୍ୟଙ୍କ ଦ୍ୱାରା ରଚିତ ପୁସ୍ତକ- Structural Approach To Translation ଶିକ୍ଷା ପୁସ୍ତକ, କଲମ, ପେନସିଲ୍, କଟର୍, ରବର୍, ସ୍କେଲ୍ ଏବଂ ଚକୋଲେଟ୍ ପ୍ରଦାନ କରି ଏକ ନିଆରା ଢଙ୍ଗରେ ଏହି ଶିଶୁଙ୍କ ସହ ଶିଶୁ ଦିବସର ଖୁସି ବାଣ୍ଟିଥିବା ଦେଖିବାକୁ ମିଳିଅଛି l ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ନିଜ ବକ୍ତବ୍ୟରେ ଏ ଶିଶୁ ଆଗାମୀ ଦେଶର ଭବିଷ୍ୟତ, ରାଷ୍ଟ୍ର ନିର୍ମାତା ତଥା ସେମାନଙ୍କ ବିକାଶରେ ଏ ଦେଶର ବିକାଶ ସମ୍ଭବ ବୋଲି ବୋଲି ବର୍ଣ୍ଣନା କରିବା ସହ ଶିଶୁମାନେ ଦେଶର ଭବିଷ୍ୟତ ହେତୁ ସେମାନଙ୍କ ମାନସିକ ତଥା ବୌଦ୍ଧିକ ବିକାଶର ମୂଲ୍ୟବୋଧକୁ ଆକଳନ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟ ରଖିଥିଲେ l

powered by social2s