କଟକ ଓ କୋରାପୁଟରେ ବାଘ ଆତଙ୍କ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ/ଆଠଗଡ଼ ; କଟକ ଜିଲ୍ଲା ତିଗିରିଆ ସୋରିଷପାଳରେ ଏକ କଲରାପତରିଆ ବାଘ ବୁଲୁଥିବାର ଜଣାପଡିଛି। ଗାଈ ବା ବାଛୁରୀଙ୍କୁ ଜଙ୍ଗଲକୁ ନ ଛାଡ଼ିବା ପାଇଁ ଆଖପାଖ ଗାଁ ଲୋକଙ୍କୁ ସତର୍କ କରାଇଲା ବନବିଭାଗ। କଲରାପତରିଆ ବାଘ ଏକ ବାଛୁରୀକୁ ଟାଣି ନେଇଥିବା କହୁଛନ୍ତି ସ୍ଥାନୀୟ ଲୋକେ। ଏହା ପରେ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି। ସେହିଭଳି କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଅଂଚଳର ଏକ ପାହାଡ ଉପରେ କ୍ଷତବିକ୍ଷତ ଅବସ୍ଥାରେ ଏକ ବଳଦର ମୃତଦେହ ଉଦ୍ଧାର କରାଯାଇଛି। ତେଣୁ ସ୍ଥାନୀୟ ଅଂଚଳରେ ବୁଲୁଥିବା ଏକ ମହାବଳ ବାଘ ବଦଳ ଟିକୁ ମାରିଥିବା ସନ୍ଦେହ କରାଯାଉଛି।

powered by social2s