ଭୁବନେଶ୍ୱର : ଲିଙ୍ଗଗତ ବିଭେଦତା ଦୃଷ୍ଟିରୁ ଯେଉଁ ହିଂସା ବୃଦ୍ଧି ପାଉଛି, ତା ଉଦବେଗର କାରଣ ହେଇଚି, ସମାଜ ଗଠନ ଦିଗରେ ପୁରୁଷର ଯେତିକି ଭୂମିକା ରହିଛି, ମହିଳା ମାନଙ୍କର ମଧ୍ୟ ସମପରିମାଣରେ ମହତ୍ୱ ରହିଛି,, ସୁନ୍ଦର ଓ ଶୃଙ୍ଖଳିତ ସମାଜ ଗଠନପାଇଁ ମହିଳା ହିଂସା ରୋକବା ଦିଗରେ ସଚେତନତାର ଆବଶ୍ୟକତା ରହିଛି ବୋଲି ଜନଚେତନା କାର୍ଯ୍ୟକ୍ରମରେ ବକ୍ତାମାନେ ମତପୋଷଣ କରିଛନ୍ତି,, ଏଇ ପରିପେକ୍ଷୀରେ ମହିଳା ହିଂସା ରୋକିବା ପାଇଁ ଷୋହଳ ଦିନିଆ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେଇଚି,, ମହିଳା ହିଂସା ବିରୋଧୀ ସଂଗଠନ "ୱାଭା" ପକ୍ଷରୁ ଆୟୋଜିତ ଓ ଲୁଥେରାନ ବିଶ୍ୱ ସେବା ସଂସ୍ଥା ଭାରତ ସହଯୋଗରେ ଅନୁଷ୍ଠିତ ଏହି କର୍ମଶାଳା ରେ ବିଶିଷ୍ଟ ଅତିଥି ରୂପେ ଜାତୀୟ ମାନବାଧିକାର କମିଶନଙ୍କ କୋର କମିଟି ସଦସ୍ୟ ମନୋଜ ଜେନା, ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କଂହର, ଓଡିଶା ରାଜ୍ୟ ମହିଳା କମିଶନ ସଦସ୍ୟା ସ୍ନେହଞ୍ଜଳି ମହାନ୍ତି, ମହିଳା ହେଲ୍ପଳାଇନ ୧୮୧ ସଂଯୋଜିକା ପ୍ରଜ୍ଞା ସୁଚରିତା, ପୋଲିସ ସବ ଇନ୍ସପେକ୍ଟର ସତ୍ୟବ୍ରତ ଆଚାର୍ଯ୍ୟ, ବିଶିଷ୍ଟ ଉଦ୍ୟୋଗପତି ସଂଜୀବ କୁମାର, ପୂର୍ବତନ କର୍ପୋରେଟର ହରେକୃଷ୍ଣ ନାୟକ, ଭରତପୁର ୱାଡ଼ ସଭାପତି ଆଲୋକ ପାଣିଗ୍ରାହୀ,ୱାଭା ଅଧ୍ୟକ୍ଷା କୁନିଲତା ମହାରଣା, ସମ୍ପାଦିକା ମଞ୍ଜୁଲତା କର, ଲୁଥେରାନ ସଂସ୍ଥା ଭୁବନେଶ୍ୱର ପ୍ରକଳ୍ପ ସଂଯୋଜିକା ପିୟୁସ ଦାସ, ସହ ସଂଯୋଜିକା ଗୀତାଞ୍ଜଳି ମହାନ୍ତି ଓ ବିଶ୍ୱବାସିନୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।
ମହିଳା ହିଂସା ବିରୋଧୀ ୧୬ ଦିନିଆ ପକ୍ଷପାଳନ ମହିଳା ହିଂସା ସାମାଜିକ ବ୍ୟାଧି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

