ରାଜ୍ୟସ୍ଥରୀୟ କବିତା ପାଠ ମହୋତ୍ସବ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ପବ୍ଲିକେସନ ଆନୁକୂଲ୍ୟରେ ରାଜ୍ୟସ୍ଥରୀୟ କବିତା ପାଠ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କବିତା ଆସର ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାସ ଦାମୋଦର ମୋଦୀ ଙ୍କ ଉପରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ, ସଂଗଠନ ସମ୍ପାଦକ କୈଳାଶ ଚନ୍ଦ୍ର ପଟ୍ଟନାୟକ, ସଂଗଠନ ସମ୍ପାଦିକା ସସ୍ମିତା ମହାପାତ୍ର, ମୁଖ୍ୟ ସମ୍ପାଦିକା ସରସ୍ବତୀ ନାୟକ, ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ଉପଦେଷ୍ଟା ଡାକ୍ତର ନୀଳାଦ୍ରି ଜଗଦେବ, ରାଜ୍ୟ ପ୍ରସାର ପ୍ରଚାର ପରିଚାଳନା ସମ୍ପାଦିକା ଏଲିନା ମହାନ୍ତି ଓଡିଶା ର ବିଭିନ୍ନ ଜିଲ୍ଲାରୁ ୩୨ ଜଣ କବି, କବିୟତ୍ରୀ ସ୍ଵରଚିତ୍ତ କବିତା ପାଠ କରିଥିଲେ। ଶେଷରେ ଅନୁଷ୍ଠାନର ଉପଦେଷ୍ଟା ଓ ପୃଷ୍ଟପୋଷକ ପର୍ଶୁରାମ ବେହେରା, ଇଁ. ଅର୍ଚନା ଦାଶ ଙ୍କୁ ପ୍ରତିଷ୍ଠାତା ଉକ୍ତ ସଭାରେ ଘୋଷଣା କରିଥିଲେ. ପୁସ୍ତକ ସମ୍ପାଦନା ମଣ୍ଡଳୀ ଭାବେ କୈଳାଶ ପଟନାୟକ, ସରସ୍ବତୀ ନାୟକ, କରୁଣାକର ମଲ୍ଲିକ, ଯୁଧିଷ୍ଠିର ମୁଦୁଲି ଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହି ଆସର ରେ ପାଠକ, ପାଠିକା ବରିଷ୍ଠ ରାଜନେତା, ବିଶିଷ୍ଟ ବ୍ୟକ୍ତି ବିଶେଷ ୮୦ ଜଣ ଯୋଗ ଦେଇଥିଲେ। ସଭା ଶେଷରେ କୈଳାଶ ଚନ୍ଦ୍ର ପଟ୍ଟନାୟକ ସମସ୍ତଙ୍କୁ ସାରସ୍ୱତ ସାଧକ, ସାଧିକା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ.

powered by social2s